ସନଷ୍ଟାର ଟିଭି ବ୍ୟୁରୋ
ଲଣ୍ଡନ: ଇତିହାସ ରଚିଲେ ବିଶ୍ବ ନମ୍ବର ୧ ନୋଭାକ ଜୋକଭିକ । ରବିବାର ଖେଳାଯାଇଥିବା ୱିମ୍ବଲଡନ ଫାଇନାଲ ମୁକାବିଲାରେ ଇଟାଲିର ମାଟ୍ଟେଓ ବେରେଟିନିଙ୍କୁ 6-7(4), 6-4, 6-4,6-3 ସେଟ୍ରେ ହରାଇ ଚମ୍ପିଆନ ହୋଇଛନ୍ତି ଜୋକଭିକ । ଏହା ଜୋକଭିକଙ୍କ ଷଷ୍ଠ ୱିମ୍ବଲଡନ ଟାଇଟେଲ ଏଥିସହ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ବିଜୟ । ସର୍ବିୟାନ ଟେନିସ ସୁପରଷ୍ଟାର ବିରଳ ରେକର୍ଡର ଅଧିକାରୀ ହେବାସହ ରୋଜର ଫେଡେରରଙ୍କ ସର୍ବାଧିକ ଗ୍ରାଣ୍ଡସ୍ଲାମ ଏକକ ଟାଇଟେଲର ସମକକ୍ଷ ହୋଇଛନ୍ତି ।ପ୍ରଥମ ସେଟ୍ରେ ପରାସ୍ତ ହେବାପରେ ନାଟକୀୟ ଢଙ୍ଗରେ କମବ୍ୟାକ କରିଥିଲେ ଜୋକଭିକ । ଆକ୍ରମଣାତ୍ମକ ରଣନୀତି ଆପଣାଇ ଖେଳିବା ସହ ବିଜୟୀ ହୋଇଥିଲେ ।