ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ । ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛି ହୀରାକୁଦ ଜଳଭଣ୍ଡାର । ପାରମ୍ପରିକ ରୀତିନୀତିରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ଏହା ପରେ ଆଉ ଗୋଟିଏ ଗେଟ୍, ଏହିପରି ମୋଟ ୨ଟି ଗେଟ୍ ଖୋଲାଯାଇ ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରରେ କ୍ରମାଗତ ଭାବେ ଜଳସ୍ତର ବଢ଼ୁଥିବାରୁ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ ଡ୍ୟାମ୍ କର୍ତ୍ତୃପକ୍ଷ । ତେବେ ଆଉ କେତୋଟି ଗେଟ୍ ଖୋଲିବ ସେନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ଏହା ସହ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ତଳମୁଣ୍ଡରେ ଥିବା ୧୨ ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ନିଆଯାଇଛି ।