ସନ ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ ଗ୍ରାଫ୍ । ତେବେ ଗତ କାଲି ଅପେକ୍ଷା ଆଜି ସଂକ୍ରମଣ ସଂଖ୍ୟା କମ ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୨ ହଜାର ୩୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୪୨ ଜଣ ସଂଗରୋଧ ଗୃହରୁ ଚିହ୍ନଟ ହୋଇଥିବା ବେଳେ ୯୯୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୭ ହଜାର ୪୭୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩୮୦ ଜଣ, କଟକ ଜିଲ୍ଲାରୁ ୩୭୧ ଜଣ, କେନ୍ଦ୍ରପଡ଼ାରୁ ୧୯୬ ଜଣ,ଯାଜପୁରରୁ ୧୭୯ ଜଣ, ବାଲେଶ୍ବରରୁ ୧୬୪ ଜଣ, ଭଦ୍ରକରୁ ୧୨୧ ଜଣ, ପୁରୀରୁ ୧୦୬ ଜଣ, ମୟୂରଭଞ୍ଜରୁ ୧୦୪ ଜଣ, ଜଗତସିଂହପୁରରୁ ୧୦୧ ଜଣ, ନୟାଗଡ଼ରୁ ୯୪ ଜଣ,ସୁନ୍ଦରଗଡ଼ରୁ ୮୭ ଜଣ, ଅନୁଗୁଳରୁ ୬୪ ଜଣ,କେନ୍ଦୁଝରୁ ୫୧ ଜଣ,ରାୟଗଡ଼ାରୁ ୩୮ ଜଣ, କନ୍ଧମାଳରୁ ୨୯ ଜଣ, ସମ୍ବଲପୁରରୁ ୨୧ ଜଣ, କୋରାପୁଟରୁ ୧୯ ଜଣ, ବରଗଡ଼ରୁ ୧୭ ଜଣ, ବୌଦ୍ଧ ଓ ମାଲକାନଗିରି ଜିଳ୍ଲାରୁ ୧୩ ଜଣ ଲେଖାଏଁ,ସୋନପୁରରୁ ୧୨ ଜଣ, କଳାହାଣ୍ଡିରୁ ୯ ଜଣ,ନବରଙ୍ଗପୁରରୁ ୭ ଜଣ, ବଲାଙ୍ଗୀର ,ଗଞ୍ଜାମ ଓ ଝାରସୁଗୁଡ଼ା ଜିଲ୍ଲାରୁ ୬ ଜଣ ଲେଖାଏଁ, ଦେବଗଡ଼ରୁ ୫ ଜଣ, ନୂଆପଡ଼ାରୁ ୩ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।