ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଏମସି ଗାଇଡଲାଇନକୁ ବିରୋଧ କରି ଆଜି ରାଜରାସ୍ତାରେ ପରିବା ଫିଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରିବା ବେପାରୀ । ଭୁବନେଶ୍ବର ଭିଏସଏସ ନଗରରେ ଘଟିଛି ଏହି ଘଟଣା ।
ତେବେ ସୂଚନା ଅନୁଯାୟୀ, 20 ଫୁଟ ଦୂରତାରେ ବସି ପରିବା ବିକିବାକୁ ବ୍ୟବସାୟୀଙ୍କୁ ଆଜି ବିଏମସି ଅନୁମତି ଦେଇଥିଲା । ଶୁକ୍ରବାର ସକାଳୁ ବେପାରୀ ପରିବା ଧରି ଭିଏସଏସ ନଗର ହାଟରେ ପହଞ୍ଚିଥିଲେ । ମାତ୍ର ହାଟର ପରିଧି ଅନୁଯାୟୀ 20 ଫୁଟ ଦୂରତାରେ ବସିଲେ କେବଳ 60 ବେପାରୀ ପରିବା ବିକି ପାରିବେ । କିନ୍ତୁ ହାଟକୁ ଆସିଥିଲେ 170 ପରିବା ବିକାଳୀ । ଅବଶିଷ୍ଟ ବିକାଳୀ ଏହାକୁ ବିରୋଧ କରି ରାଜରାସ୍ତାରେ ପରିବା ଫୋପାଡି ବିକ୍ଷୋଭ କରିଛନ୍ତି । ତେଣୁ ପୂର୍ବଭଳି ଯଦି ୧୦ ଫୁଟ ଦୂରରେ ବସି ପରିବା ବିକ୍ରି କରିବା ପାଇଁ ଅନୁମତି ଦିଆଯାଉ ବୋଲି ପରିବା ବିକାଳୀ ଦାବି କରିଥିଲେ । ପରେ ହାଟର କର୍ମକର୍ତ୍ତାଙ୍କ ସହ ବିଏମସି କର୍ତ୍ତୃପକ୍ଷ କଥା ହେବା ପରେ ଧାରଣାରୁ ଉଠିଥିଲେ ବିକାଳୀ ।