ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:କରୋନାର ସଙ୍କ୍ରମଣ କୁ ଆଖି ଆଗରେ ରଖି ଚଳିତ ବର୍ଷ ବିନା ଦର୍ଶକରେ ଖେଳାଯିବ ଅଲମ୍ପିକସ୍ ଖେଳ। ଚଳିତ ବର୍ଷ ଜାପାନ ର ଟୋକିଓରେ ଅଲମ୍ପିକସ୍ ଖେଳ ଅନୁଷ୍ଠିତ ହେବାକୁ ଯାଉଛି। କେବଳ ଖେଳାଳୀ ଏବଂ ତାଙ୍କର କୋଚ୍ ଙ୍କ ଉପସ୍ଥିତ ରହିବେ। କରୋନା କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଜାପାନର ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଦର୍ଶକ ମାନେ ସିଧାସଳଖ ଘରୁ ଏହାର ଲାଇଭୁ ଟେଲିକାଷ୍ଟ ଦେଖିପାରିବେ। ଚଳିତ ବର୍ଷ ଓଡିଶାରୁ ଦୁତୀ ଚାନ୍ଦ , ପ୍ରମୋଦ ଭଗତ, ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଅଲମ୍ପିକସ୍ ପାଇଁ ବିବେଚିତ ହୋଇଛନ୍ତି।