ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଅକ୍ସିଜେନ୍ ଯୋଗାଣର ସମୀକ୍ଷା କରିବା ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇଥିଲେ । ତୃତୀୟ ଲହରରେ ଯେପରି ସେମିତି ନହେଉ ସେ ନେଇ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବା ନେଇ ଏହି ବୈଠକରେ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ତେବେ ଏଥିପାଇଁ ବିଭିନ୍ନ ରାଜ୍ୟରେ ୧୫୦୦ରୁ ଅଧିକ ପିଏସ୍ଏ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ ଯଥାଶୀଘ୍ର ଯେମିତି ଏହି ପ୍ଲାଣ୍ଟଗୁଡ଼ିକ କାର୍ଯ୍ୟକ୍ଷମ ହେବ ଓ ଏହାକୁ ପରିଚାଳନା କରିବା ପାଇଁ ଯେପରି ପ୍ରଶିକ୍ଷଣ ଦିଆଯିବ ତା ଉପରେ ବି ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ଲାଣ୍ଟ ୪ ଲକ୍ଷରୁ ଅଧିକ ବେଡକୁ ଅକ୍ସିଜେନ୍ ଯୋଗାଇବାର କ୍ଷମତା ରହିବ ବୋଲି ବୈଠକର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।ଏହି ବୈଠକରେ ପିଏମ୍ଓ ମୁଖ୍ୟ ସଚିବ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଗୃହ ଓ ସହର ବିକାଶ ମନ୍ତ୍ରାଳୟର ସଚିବ ଏହି ବୈଠକରେ ଯୋଗ ଦେଇଥିଲେ ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅକ୍ସିଜେନ୍ ପ୍ଲାଣ୍ଟର ପରିଚାଳନା ପାଇଁ ଦେଶରେ ୮ ହଜାର ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆଗକୁ କରୋନାର ତୃତୀୟ ଲହର ଆସୁଥିବାରୁ ଯେମିତି ଠିକ୍ ସମୟରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ସେଥିପାଇଁ ରାଜ୍ୟ ସରକାରମାନଙ୍କ ନିୟମିତ ଆଲୋଚନା କରି କାମ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।