ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ । ଗତ କିଛିଦିନ ହେବ ଲଗାତର ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ପୁଣି ଏହା ଉପର ମୁହାଁ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୨ ହଜାର ୮୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୧୩ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୧୯୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ତେବେ ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧାରୁ ବାହାରିଛନ୍ତି । ଏଠାରେ ୫୯୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୧ ଜଣ, ଯାଜପୁରରୁ ୨୫୨ ଜଣ, ବାଲେଶ୍ବରରୁ ୧୫୩ ଜଣ, ପୁରୀରୁ ୧୩୮ ଜଣ,ଢ଼େଙ୍କାନାଳରୁ ୧୨୪ ଜଣ, ଜଗତସିଂହପୁରରୁ ୧୧୯ ଜଣ, ମୟୂରଭଞ୍ଜରୁ ୧୦୯ ଜଣ, ଅନୁଗୁଳରୁ ୧୦୨ ଜଣ, ନୟାଗଡ଼ରୁ ୮୬ ଜଣ, ଭଦ୍ରକର ୮୩ ଜଣ,କେନ୍ଦୁଝରରୁ ୭୨ ଜଣ, ସୁନ୍ଦରଗଡ଼ରୁ ୨୫ ଜଣ, କେନ୍ଦ୍ରପଡ଼ାରୁ ୫୭ ଜଣ, ମାଲକାନଗିରିରୁ ୩୫ ଜଣ, ବରଗଡ଼ରୁ ୩୩ ଜଣ,ରାୟଗଡ଼ାରୁ ୩୦ ଜଣ, କୋରାପୁଟରୁ ୨୯ ଜଣ, ସମ୍ବଲପୁରରୁ ୨୬ ଜଣ, କଳାହାଣ୍ଡିରୁ ୨୫ ଜଣ,ନବରଙ୍ଗପୁରରୁ ୨୦ ଜଣ, କନ୍ଧମାଳରୁ ୧୭ ଜଣ, ସୋନପୁରରୁ ୧୬ ଜଣ, ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୦ ଜଣ ଲେଖାଏଁ, ବୌଦ୍ଧରୁ ୯ ଜଣ,ନୂଆପଡ଼ାରୁ ୭ ଜଣ, ଗଜପତିରୁ ୬ ଜଣ, ଦେବଗଡ଼ରୁ ୪ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୧୧୯ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି ।