ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୋ କଲେଜ ଅଭିଯାନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ଉତ୍କଳ ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ସବିତା ଆଚାର୍ଯ୍ୟ , ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସ ନାୟକ, ଉତ୍କଳ ବିଶ୍ବବିଦ୍ୟାଳୟର ରେଜିଷ୍ଟର ଡ଼ ଅଭୟ ନାୟକ , ମୋ କଲେଜର ଅଭିଯାନର ଗଭରନିଙ୍ଗ୍ ବଡି ମେମ୍ବର ତନ୍ମୟ ସ୍ବାଇଁ, ମୋ କଲେଜ ଅଭିଯାନର କୋଡିନେଟର ପ୍ରଫେସର କୁଞ୍ଜ ବିହାରୀ ପଣ୍ଡା, ଏସ୍ କେ ସାହୁ, ଡ଼ ଅନୂସୟା ନାଥ, ଡ଼ ଆଶିଷ ପାଠୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ବିଶ୍ବବିଦ୍ୟାଳୟର ସର୍ବାଙ୍ଗିନବିକାଶ ପାଇଁ ସ୍ମାର୍ଟ କ୍ଲାସରୁମ, ଇନ୍ଫାଷ୍ଟକଚର ଡେଭଲ୍ପମେଣ୍ଟ ଏବଂ ଅନ୍ୟାନ ବିଷୟ ଉପରେ ଚର୍ଚ୍ଚା ହୋଇଥିଲା। ଏହି ବୈଠକଟି vc conference ହଲ୍ ରେ ଆୟୋଜିତ ହୋଇଥିଲା।
ଆଗାମୀ ଦିନରେ ମୋ କଲେଜ ଅଭିଯାନ ମାଧ୍ୟମରେ ବିଶ୍ବ ବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।