ସନଷ୍ଟାର ଟିଭି ବ୍ୟୁରୋ

ମୁମ୍ବାଇ: ସୋସିଆଲ ମିଡିଆ ସାଇଟରେ ସବୁ ବେଳେ ଆକ୍ଟିଭ ରୁହନ୍ତି ମୀରା ରାଜପୁତ । ତାଙ୍କ ଜୀବନ ସହିତ ଜଡ଼ିତ ଛୋଟଛୋଟ ଘଟଣାକୁ ସେ ଇନଷ୍ଟାଗ୍ରାମରେ ସେୟାର କରିଥାଆନ୍ତି। ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ଇନଷ୍ଟାଗ୍ରାମରେ ନିଜର ଏକ ନୂଆ ଫୋନ କଭରର ଫଟୋ ସେୟାର କରିଛନ୍ତି। ଏହି ଫୋନ କଭର ପାଇଁ ସେ ଠକେଇର ଶିକାର ହୋଇଥିବାର ମଧ୍ୟ କହିଛନ୍ତି। କଭର ଫଟୋ ସେୟାର କରି ମୀରା ରାଜପୁତ କହିଛନ୍ତି, ସେ ଏକ ସ୍ଲିଙ୍ଗ କେସ କିଣିଥିଲେ। ଯାହାକି ତାଙ୍କୁ ୱାର୍କଆଉଟ ସମୟରେ ତାଙ୍କୁ ଫୋନ ରଖିବାରେ ସାହାଯ୍ୟକର ହୋଇପାରିବ ହେଲେ ସେ ଏକ ୱେବସାଇଟର ଠକେଇରେ ଶୀକାର ହୋଇଛନ୍ତି। ମୀରା ଲେଖିଛନ୍ତି ଫଟୋ ରେ ଫୋନ କଭରର ଯେମିତି ଦେଖା ଯାଇଥିଲା ଅର୍ଡର ପହଞ୍ଚିଲା ବେଳକୁ ଆଦୌ ସେମିତି ଦେଖାଯାଉ ନଥିଲା। ନିମ୍ନମାନର ପ୍ଲାଷ୍ଟିକରେ ତିଆରି ହୋଇଥିବା ଭଳି ଦିଶୁଥିଲା।