ସନଷ୍ଟାର ଟିଭି ବ୍ୟୁରୋ
![](https://i0.wp.com/sunstartv.com/odia/wp-content/uploads/2021/07/2a5c13b6-a9c4-409a-833d-f1e4c86decb2.jpg?resize=300%2C225&ssl=1)
ପୁରୀ: ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ ନେତ୍ରୋତ୍ସବ ଅନୁଷ୍ଠିତ ହେବ। ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଦର୍ଶନ ଦେବେ ଦାରୁବ୍ରହ୍ମ। ଅଣସର ଘର ଗୁପ୍ତ ସେବା ପାଇ ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଏହା ତିନି ଦିନ ଧରି ଚାଲିବ । ୨୦ ବର୍ଷ ପରେ ଏପରି ଏକ ଦୁର୍ଲଭ ସଂଯୋଗ ଆସିଛି। ଏଥିପାଇଁ ୧୫ ଦିନର ଅଣସର ଶେଷ କରି ଆଜି ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେବେ। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି ।