ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଭିଜିଲାନ୍ସ ବିଭାଗକୁ ବଦଳି ହେଲେ ପ୍ରକାଶ ଆର ।ସେହିପରି ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଦାୟିତ୍ବ । ଜଗତସିଂହପୁର ଏସପି ହେଲେ ଅଖିଳେଶ୍ବର ସିଂହ । ବରଗଡ ଏସପି ହେଲେ ରାହୁଲ ଜୈନ । ପ୍ରତ୍ୟୁଷ ଦିବାକରଙ୍କୁ ମିଳିଲା ନୂଆପଡା ଏସପି ଦାୟିତ୍ବ । ମାଲକାନଗିରି ଏସପି ହେଲେ ପିଏସ ମୀନା । ମୟୂରଭଞ୍ଜ ଏସପି ଭାବେ ନିଯୁକ୍ତି ପାଇଲେ କେଆର ବ୍ୟାନଦେଓ । ପୋଲିସ ମୁଖ୍ୟାଳୟ IG ଭାବେ ଦାୟିତ୍ବ ନେଲେ ଏସ ଦେବଦତ୍ତ ସିଂହ ।