ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ ସବୁବେଳେ କିପରି କମ୍ ସମୟରେ କାମ ସରିବ ସେ କଥା ଭାବିଥାଉ । ଅନେକ ସମୟରେ ଖାଦ୍ୟ ରୋଷେଇ କରି ଆମେ ଫ୍ରିଜ୍ରେ ରଖିଦେଉ । ଆଉ ପରେ ଏହାକୁ ଖାଉ । ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଫ୍ରିଜ୍ରେ ଆମେ ପନିପରିବା କିମ୍ବା କିଛି ନିର୍ଦ୍ଦଷ୍ଟ ପ୍ରକାରର ଫଳ ଷ୍ଟୋର୍ କରି ରଖିବା ପରିବର୍ତ୍ତେ ଏଥିରେ ଆମେ ରନ୍ଧା ଖାଦ୍ୟ ଅଧିକ ରଖୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ସମୟ ପର୍ଯ୍ୟନ୍ତ ଫ୍ରିଜରେ ରନ୍ଧା ଖାଦ୍ୟ ଷ୍ଟୋର୍ କରି ରଖିଲେ ଓ ପରେ ତାକୁ ଖାଇଲେ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଫ୍ରିଜ୍ରେ କେତେ ସମୟ ପର୍ଯ୍ୟନ୍ତ ଖାଦ୍ୟ ରଖିପାରିବା ।
ଭାତ- ଫ୍ରିଜ୍ରେ ରଖିଥିବା ଭାତକୁ ଦୁଇଦିନ ଭିତରେ ଖାଇନେବା ଉଚିତ୍। ଏଥିପାଇଁ ପ୍ରଥମେ ଭାତକୁ ଫ୍ରିଜରୁ କାଢ଼ି ବାହାରେ କିଛି ସମୟରେ ରଖିଦିଅନ୍ତୁ । ଏହାପରେ ତାକୁ ଭଲ ଭାବରେ ଗରମ କରି ଖାଆନ୍ତୁ ।
ଡାଲି- ଯଦି ଆପଣ ବଞ୍ଚିଥିବା ଡାଲିକୁ ଫ୍ରିଜ୍ରେ ରଖିଛନ୍ତି ତେବେ ଏହାକୁ ଦିନକ ଭିତରେ ଖାଇନେବା ଉଚିତ୍ ନହେଲେ ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ
ରୋଟି- ରୋଟିକୁ ଫ୍ରିଜ୍କୁ ନରଖିଲେ ଭଲ । ଆଉ ଯଦି ବି ରୋଟି ଫ୍ରିଜରରେ ରଖୁଛନ୍ତି ତେବେ ୭ରୁ ୮ ଘଣ୍ଟା ମଧ୍ୟରେ ଏହାକୁ ଖାଇଦେବା ଦରକାର । ନହେଲେ ରୋଟିରୁ ପ୍ରୋଟିନ୍ ନଷ୍ଟ ହୋଇଯାଇଥାଏ ।
କଟାଯାଇଥିବା ଫଳ- ଅନେକ ସମୟରେ ଫଳକୁ କାଟି ପରେ ଖାଇବା ପାଇଁ ଫ୍ରିଜରରେ ରଖାଯାଏ। ତେବେ ପ୍ରତ୍ୟେକ ଫଳ ଖାଇବାର ବି ଗୋଟିଏ ନିର୍ଦ୍ଦିଷ୍ଟ ସମୟ ହୋଇଥାଏ । ସମୟ ଗଡ଼ିଲେ ଫଳର ଗୁଣଗୁଡ଼ିକ ନଷ୍ଟ ହୋଇଯାଇଥାଏ। ତେବେ କେଉଁ ଫଳ କେତେ ସମୟ ପର୍ଯ୍ୟନ୍ତ ଫ୍ରିଜ୍ରେ ରଖିପାରିବେ ଜାଣନ୍ତୁ ।
ଅମୃତଭଣ୍ଡା- କଟା ଅମୃତଭଣ୍ଡାକୁ ଫ୍ରିଜରରେ ରଖିଥିଲେ ୬ ଘଣ୍ଟା ମଧ୍ୟରେ ଏହାକୁ ଖାଇ ନିଅନ୍ତୁ। କାରଣ ଛୁରୀ ଲାଗିବାର ୮ ଘଣ୍ଟା ଭିତରେ ଭଣ୍ଡା ଖରାପ ହେବା ଆରମ୍ଭ ହୋଇଯାଇଥାଏ । ଅଧିକ ସମୟ ରଖି ଖାଇଲେ ଏହା ଶରୀର ପାଇଁ ହାନିକାରକ ହୋଇଥାଏ । ଏହା ଏକପ୍ରକାର ସ୍ଲୋ ପୋଏଜନ ଭଳି କାମ କରିଥାଏ ।
ସେଓ ଓ ଅନ୍ୟାନ୍ୟ ଫଳ- ଯେ କୌଣସି ଫଳ କାଟିବା ପରେ ଫ୍ରିଜ୍ରେ ରଖିଲେ ତାକୁ ୪ ଘଣ୍ଟା ମଧ୍ୟରେ ଖାଇନେବା ଉଚିତ୍ । ଫଳ ଓ ପନିପରିବା ରଖିବାରୁ ଏକ ନିର୍ଦ୍ଦିଷ୍ଟ ସମୟ ଅଛି । ସେହି ସମୟର ମଧ୍ୟ ଫ୍ରିଜ୍ରେ ଥିବା ଫଳ ଖାଇଲେ ଶରୀରକୁ ଫଳର ସମସ୍ତ ଫାଇଦା ମିଳିଥାଏ ।
ତେବେ ଫଳକୁ ନ କାଟି କେତେ ଦିନ ପର୍ଯ୍ୟନ୍ତ ଆପଣ ଫ୍ରିଜରେ ରଖିପାରିବେ ଜାଣନ୍ତୁ ।
ସେଓ- ୪-୬ ସପ୍ତାହ, ଚେରୀ କୋଳି- ୭ ଦିନ, ବ୍ଲୁବେରୀ, ରାସ୍ପବେରୀ ବା ଶେହତୁତୁ, ଷ୍ଟ୍ରବେରୀ, ବ୍ଲାକବେରୀ ଆଦି ଫଳକୁ ୩-୬ ସପ୍ତାହ, ଖଟା ଫଳଖୁ ୧-୩ ସପ୍ତାହ, ଅଙ୍ଗୁର-୭ ଦିନ, ତରଭୁଜ-ଖରଭୁଜ ଦୁଇ ସପ୍ତାହ, ସପୁରୀ-୫-୭ ଦିନ, ବିନ୍ସ-୩-୫ ଦିନ, ମକା-୧-୨ ଦିନ, କାକୁଡ଼ି ୪-୬ ଦିନ, ବାଇଗଣ ୪-୭ ଦିନ, ଛତୁ ୩-୭ ଦିନ । ତେବେ ଏହି ସମୟ ମଧ୍ୟରେ ଏଗୁଡିକୁ ବ୍ୟବହାର କରିନେବା ଉଚିତ୍ ।