ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ଆସନ୍ତା ୧୧ ତାରିଖ ଦିନ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ କରାଯିବ। ୧୧ତାରିଖ ଦିନ ୧୧ଟା ସମୟରେ ହୀରାକୁଦର ସୁଇସ୍ ଗେଟ ମାଧ୍ୟମରେ ଜଳ ନିଷ୍କାଷିତ କରାଯିବ ବୋଲି ହୀରାକୁଦର ମୁଖ୍ୟ ସଚିବ ସୂଚନା ଦେଇଛନ୍ତି। ହୀରାକୁଦରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବନ୍ୟାଜଳ ନିଷ୍କାସନ ଦ୍ୱାରା ମହାନଦୀ ଓ ତାର ଶାଖା ନଦୀର ଜଳସ୍ତର ବଢ଼ିବ। ଏହାସହ 12 ଟି ଜିଲ୍ଲାର କଲେକ୍ଟର, ଏସପିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ତେଣୁ ନଦୀକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାରକୁ ନେଇ ସତର୍କ ପରାମର୍ଶ ଦିଆଯାଇଛି।