ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଜୁଲାଇ 15 ପରେ ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା । ଏନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ ଗର୍ଭବତୀଙ୍କୁ ଟିକା ଦିଆଯିବା ପୂର୍ବରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।ଏନେଇ ସମସ୍ତ ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କୁ ତାଲିମ ଦିଆଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।
ଗର୍ଭବତୀଙ୍କୁ ଟିକା ପ୍ରଦାନ କରିବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି ରାଜ୍ୟ ସରକାର । ତୃତୀୟ ଲହର ପୂର୍ବରୁ ଗର୍ଭବତୀଙ୍କୁ ବିଶେଷ ଦୃଷ୍ଟି ଦିଆଯାଇଛି । ଘର ଘର ବୁଲି ଗର୍ଭବତୀଙ୍କୁ ଟିକା ଦିଆଯିବନାହିଁ । ଏ ନେଇ ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କୁ ତାଲିମ ଦିଆ ସରିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।