ସନଷ୍ଟାର ଟିଭି ବ୍ୟୁରୋ

କୋରାପୁଟ: ଆନ୍ଧ୍ରର ବଡ଼ ଷଡ଼ଯନ୍ତ୍ର । କୋଟିଆ ପରେ ଏବେ ପଟାଙ୍ଗି ପଞ୍ଚାୟତ ଉପରେ ଆନ୍ଧ୍ରର ନଜର ପଡ଼ିଛି। ପଟାଙ୍ଗି ପଞ୍ଚାୟତ ୧୨ ଖଣ୍ଡ ଗାଁର ଲୋକଙ୍କୁ ଆନ୍ଧ୍ର ସରକାର ପ୍ରଲୋଭନ ଦେଖାଇଥିବାର ଅଭିଯୋଗ ଆସିଛି । ୧୨ଟି ଗାଁର ପ୍ରାୟ ୨୦୦ ଲୋକଙ୍କୁ ନେଇ କୋନବାଲଚାରେ ମିଟିଙ୍ଗ ଚାଲିଥିବାର ସୂଚନା ମିଳିଛି। ତେଲୁଗୁରେ ଲେଖା ଜମିପଟା ଦେଖାଇବା ସହ କମ୍ବଳ ବଣ୍ଟନ ମଧ୍ୟ କରାଯାଇଛି। ବୈଠକରେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।