ସନଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ୫ଟି ସଚିବ ଭିକେ ପାଣ୍ଡିଆନ ‘ହାଇସ୍କୁଲ୍ ଟ୍ରାନ୍ସଫରମେସନ୍’ ପାଇଁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଗଞ୍ଜାମ ସ୍କୁଲର ଛାତ୍ରୀଛାତ୍ର, ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ସହ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାର ୧୩୩ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ କରିବା ପ୍ରକ୍ରିୟା ଜାରି ରହିଛି । ଯାହାର ଅଗ୍ରଗତି ନେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍କୁଲର ଛାତ୍ରୀଛାତ୍ର, ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।
ତେବେ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲ୍ୟାବ, କ୍ରୀଡା ଭିତ୍ତିଭୂମି, ପାନୀୟଜଳ, ଶୌଚାଳୟର ବିକାଶ କରାଯିବ ବୋଲି ଆଲୋଚନା କରାଯାଇଛି । ଇତିମଧ୍ୟରେ ଜିଲ୍ଲାର ୫୨ ବିଦ୍ୟାଳୟରେ ଏହି କାର୍ଯ୍ୟ ଶେଷ ହୋଇ ଥିବାବେଳେ ଅନ୍ୟ ବିଦ୍ୟାଳୟରେ କାର୍ଯ୍ୟ ଜାରିରହିଥିବା କୁହାଯାଇଛି ।