ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ମୂଲ୍ୟାୟନ ଆରମ୍ଭ ହେବ । ଏ ନେଇ ପରିଷଦ ପକ୍ଷରୁ ମୂଲ୍ୟାୟନ ପଦ୍ଧତି ଜାରି କରାଯିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଚଳିତ ମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଜାରି ରହିଛି । ବୁଧବାର ପ୍ରାକ୍ଟିକାଲ୍ ରେକର୍ଡ ଦାଖଲ ଅବଧି ସରିଛି । ଆଜିଠୁ ପ୍ରାକ୍ଟିକାଲ୍ ମୂଲ୍ୟାୟନ ଆରମ୍ଭ ହେବ । ଏ ନେଇ ପରିଷଦ ପକ୍ଷରୁ ମୂଲ୍ୟାୟନ ପଦ୍ଧତି ଜାରି କରାଯିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଯୁକ୍ତ ଦୁଇ ବିଜ୍ଞାନରେ ପାଖାପାଖି ୩ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ୍ ମୂଲ୍ୟାୟନ ହେବ । ସେହିପରି ବାଣିଜ୍ୟରେ ପାଖାପାଖି ୧ ଲକ୍ଷ, ଧନ୍ଦାମୂଳକରେ ୧୮ ହଜାର, କଳାରେ ପାଖାପାଖି ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ୍ ମୂଲ୍ୟାୟନ ହେବ ।
ସେହିପରି ପରିଷଦ ପକ୍ଷରୁ କିଛି ଛାତ୍ରଛାତ୍ରୀଙ୍କ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ନେଇ ସାମାନ୍ୟ କୋହଳ କରାଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କ କୌଣସି ରେକର୍ଡ ନଥିଲା, ସେମାନଙ୍କୁ ୩ରୁ ୫ ମିନିଟ୍ ପର୍ଯ୍ୟନ୍ତ ଅଡିଓ କିମ୍ବା ଭିଡିଓ କ୍ଲିପ୍ ହ୍ୱାଟ୍ସ୍ଆପ୍ରେ ଦେବାକୁ କୁହାଯାଇଛି । ଏ ସବୁ ବିଷୟରେ ପ୍ରୋଜେକ୍ଟ ପେପର୍ ବ୍ୟବସ୍ଥା ନଥିବାରୁ ଏଭଳି ପଦ୍ଧତି ଅପଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି ।