ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ତଳମୁହାଁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨ ହଜାର ୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୫୮ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦୮୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ତେବେ ଖୋର୍ଦ୍ଧା ଓ କଟକ ପ୍ରାୟ ସମାନ ଭାବେ କରୋନା ସଂକ୍ରମଣ ବାହାରିଛନ୍ତି । କଟକରୁ ୪୨୮ ଜଣ, ଖୋର୍ଦ୍ଧାରୁ ୪୨୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ବରରୁ ୨୨୧ ଜଣ,କେନ୍ଦ୍ରାପଡ଼ାରୁ ୧୬୭ ଜଣ,ପୁରୀରୁ ୧୫୦ ଜଣ, ଯାଜପୁରରୁ ୧୩୯ ଜଣ, ମୟୂରଭଞ୍ଜରୁ ୧୨୪ ଜଣ, ଜଗତସିଂହପୁରରୁ ୧୨୮ ଜଣ, ଭଦ୍ରକରୁ ୧୦୦ ଜଣ,ନୟାଗଡ଼ରୁ ୭୮ ଜଣ,କେନ୍ଦୁଝରରୁ ୬୯ ଜଣ, ଅନୁଗୁଳରୁ ୬୦ ଜଣ, ସୁନ୍ଦରଗଡ଼ରୁ ୫୭ ଜଣ, ମାଲକାନଗିରିରୁ ୪୨ ଜଣ, କୋରାପୁଟରୁ ୪୦ ଜଣ, ରାୟଗଡ଼ାରୁ ୩୭ ଜଣ, ଢ଼େଙ୍କାନାଳରୁ ୩୪ ଜଣ,ସମ୍ବଲପୁରରୁ ୨୮ ଜଣ, ଝାରସୁଗୁଡ଼ାରୁ ୨୪ ଜଣ,କନ୍ଧମାଳରୁ ୧୯ ଜଣ, ବରଗଡ଼ରୁ ୧୭ ଜଣ, ଗଜପତିରୁ ୧୫ ଜଣ, ଗଞ୍ଜାମରୁ ୧୩ ଜଣ,ନବରଙ୍ଗପୁରରୁ ୧୨ ଜଣ, କଳାହାଣ୍ଡିରୁ ୧୦ ଜଣ,ନୂଆପଡ଼ାରୁ ୮ ଜଣ, ବୌଦ୍ଧ ଓ ଦେବଗଡ଼ ଜିଲ୍ଳାରୁ ୭ ଜଣ ଲେଖାଏଁ, ସୋନପୁରରୁ ୫ ଜଣ, ବଲାଙ୍ଗୀରୁ ୨ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।