ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତେବେ କାର୍ଯ୍ୟ ଭାର ଗ୍ରହଣ କରୁ କରୁ ସୋସିଆଲ୍ ପ୍ଲାଟଫର୍ମ ଟ୍ବିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦକୁ କଡା ଟିପ୍ପଣି ରଖିଛନ୍ତି । ସେ କହିଛନ୍ତି ଯେ, ‘ଦେଶର ଆଇନ୍ କାନୁନ୍ ସବୁଠୁ ଉର୍ଦ୍ଧ୍ବରେ ଓ ଟ୍ବିଟରକୁ ଏହି ନିୟମ ମାନିବାକୁ ପଡିବ ।‘
ତେବେ ପୂର୍ବରୁ ସୂଚନା ଓ ପ୍ରସାରଣ ବିଭାଗର ଦ୍ବାୟିତ୍ବ ଭାର ରବିଶଙ୍କର ପ୍ରସାଦ ସମ୍ଭାଳି ଥିଲେ । ସେ ମଧ୍ୟ ଟ୍ବିଟରକୁ ନିୟମ ଅମାନ୍ୟ ନିତୀରେ ଅସନ୍ତୁଷ୍ଟତା ପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ, ଭାରତ ସରକାର ସମସ୍ତ ସୋସିଆଲ୍ ମିଡିଆ ଓ ଡିଜିଟାଲ୍ କଣ୍ଟେଣ୍ଟ୍ ବନାଉଥିବା ପ୍ଲାଟଫର୍ମ ପାଇଁ ନୂତନ ଆଇଟି ନିୟମ ଜାରି କରିଥିଲେ । ସେହି ନିୟମ ଅନୁସାରେ ଏହି ପ୍ଲାଟଫର୍ମ ଗୁଡିକ ଥାର୍ଡ ପାର୍ଟି କଣ୍ଟେଣ୍ଟ ପାଇଁ ଦାୟୀ ରହିବେ ବୋଲି କୁହାଯାଇଥିଲା । ଓ ସେଥିପାଇଁ ଜଣେ ଗ୍ରୀଭାନ୍ସ ମ୍ୟାନେଜରକୁ ନିଯୁକ୍ତ ଦେବାକୁ ମଧ୍ୟ ନିୟମ ରହିଥିଲା । ଯାହାକୁ ଟ୍ବିଟର ଏଯାଏଁ ପାଳନ କରିନାହିଁ ।