ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ସବୁବେଳେ ନିଜ ଅସାଧାରଣ ଲୁକ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି । ସବୁବେଳେ କିଛି ଅଲଗା ପ୍ରକାରର ପୋଷାକରେ ସେ ନଜର ଆସିଥାନ୍ତି ।ଏଥିନିକ୍ ଠାରୁ ନେଇ ଓ୍ବେଷ୍ଟର୍ନ ଲୁକ ଯାଏଁ ସବୁବେଳେ ସେ ଭିନ୍ନ ରୂପରେ ନଜର ଆସିଥାନ୍ତି । ଯେଉଁଥିପାଇଁ ସେ ଅନେକ ସମୟରେ ଟ୍ରୋଲର ମଧ୍ୟ ଶିକାର ହୁଅନ୍ତି । ତେବେ ନିକଟରେ ଏଭଳି କିଛି ନୂଆ ଅବତାରରେ ନଜର ଆସିଥିଲେ ରଣବୀର । ମୁମ୍ବାଇ ଏୟାରପୋର୍ଟରୁ ଆସୁଥିଲେ । ସେଠାରେ ସେ ଏକ ଅରେଞ୍ଜ କଲର ଜ୍ୟାକେଟ୍ ସହ ବ୍ରାଉନ୍ କଲର୍ ବେଲବଟମ୍ ପ୍ୟାଣ୍ଟ ପିନ୍ଧିଥିଲେ ।ଓ କାନ୍ଧରେ ଏକ ବ୍ଲାକ୍ ସ୍ଲିଙ୍ଗ ବ୍ୟାଗ୍ ପକାଇଥିଲେ । ଏହି ଲୁକକୁ ଦେଖି ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନେ ତାଙ୍କ ମଜାକ୍ ଉଡାଇବା ଆରମ୍ଭ କରିଦେଇଥିଲେ । ବ୍ୟାଗକୁ ଫ୍ୟାନ୍ସ ମାନେ ରଣବୀରଙ୍କୁ ଖୁବ୍ ଟ୍ରୋଲ କରିଥିଲେ ।
ତେବେ ନିକଟରେ ରଣବୀର ସିଂହ ନିଜ 36 ତମ ଜନ୍ମ ବାର୍ଷିକୀ ପାଳନ କରିଛନ୍ତି । ସୋସିଆଲ୍ ମିଡିଆରେ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାର ତାଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇଥିଲେ ।
View this post on Instagram