ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମାତ୍ର କିଛି ବର୍ଷ ମଧ୍ୟରେ ସ୍ମାର୍ଟ ଫୋନ୍ ଟେକ୍ନୋଲୋଜୀକୁ ଅନେକ ଲୋକ ଆପଣାଇ ସାରିଛନ୍ତି ।ସ୍ବାର୍ଟ ଫୋନର ଆକର୍ଷଣୀୟ ଫିଚର ସହିତ ଆକର୍ଷଣୀୟ ଡିସପ୍ଲେ ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରିଥାଏ । କିନ୍ତୁ ଚିନ୍ତାର କାରଣ ସାଜିଥାଏ ଏହାର ବ୍ୟାଟେରୀ ଲାଇଫ୍ ।ସ୍ମାର୍ଟ ଫୋନ ଗୁଡିକର କମ୍ ବ୍ୟାଟେରୀ ବ୍ୟାକଅପ୍ ଯୋଗୁ ଲୋକମାନେ ଅଧିକ ହଇରାଣ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ବିନା କୌଣସି ଆପରେ କିପରି ଆପଣ ଆପଣଙ୍କ ବ୍ୟାଟେରୀ ଲାଇଫ୍ ବଢାଇ ପାରିବେ ।
ସ୍କ୍ରିନ ବ୍ରାଇଟନେସ୍
ଆଣ୍ଡ୍ରୋଏଡ୍ ଫୋନରେ ସ୍କ୍ରିନ ବ୍ରାଇଟନେସ୍ ଯୋଗୁଁ ଅଧିକ ବ୍ୟାଟେରୀ ସରିଥାଏ । ତେବେ ଆପଣ ଯଦି ବ୍ରାଇଟନେସକୁ ଅଟୋ ମୋଡରେ ରଖନ୍ତି ତେବେ ଆପଣଙ୍କ ଟାର୍ଜ କମ୍ ସରିବ କିମ୍ବା ଆପଣ ବ୍ରାଇଟନେସ୍ କୁ କମାଇ ମଧ୍ୟ ରଖିପାରିବେ ।
ବ୍ୟାଟେରୀ ଅପ୍ଟିମାଇଜେସନ୍
ଆଣ୍ଡ୍ରୋଏଡ୍ 6.0 ଭର୍ସନରୁ ଅଧିକ ଭର୍ସନ ଫୋନରେ ଗୁଗଲ ବ୍ୟାଟେରୀ ଲାଇଫ୍ କଣ୍ଟ୍ରୋଲ ପାଇଁ ଅନେକ ଅପସନ୍ ଦେଇଥାଏ ।ତେବେ କମ୍ ଚାର୍ଜ ସାରିବାକୁ ଚାହୁଁଥିଲେ ବ୍ୟାଟେରୀ ଅପ୍ଟିମାଇଜେସନ୍ କୁ ଅନ୍ ରଖିପାରିବେ ।
ସ୍କ୍ରିନ ଟାଇମ୍ ଆଉଟକୁ କମ୍ ସମୟ ପାଇଁ ରଖନ୍ତୁ
ସ୍କ୍ରିନ ଟାଇମ୍ ଆଉଟକୁ ଆପଣ 15 ସେକେଣ୍ଡ ବା 30 ସେକେଣ୍ଡ ରଖିପାରିବେ । ଯାହାଫଳରେ ଆପଣ ଫୋନ୍ ବ୍ୟବହାର ନ କରୁଥିଲେ ଶୀଘ୍ର ଫୋନ୍ ବନ୍ଦ ହେଇଯିବ ।
ବ୍ୟବହାର କରୁନଥିବା ଆପ୍ ଓ ଆକାଉଣ୍ଟକୁ ଡିଲିଟ୍ କରନ୍ତୁ
ଆପଣ ବ୍ୟବହାର କରୁନଥିବା ଆପ୍ ଓ ଆକାଉଣ୍ଟକୁ ଡିଲିଟ କରିପାରିବେ । କାରଣ ବେଳେ ବେଳେ ଏଗୁଡିକ ବ୍ୟବହାର ନ ହେଉଥିଲେ ମଧ୍ୟ ନୋଟିଫିକେସନ୍ ଆସିଥାଏ । ଯାହା ଫଳରେ ଅଯଥାରେ ଚାର୍ଜ ସରିଥାଏ ।
ବ୍ୟାଟେରୀ ସେଭର୍ ଆପର ବ୍ୟବହାର କରନ୍ତୁ ନାହିଁ
ଗୁଗଲ ଫ୍ଲେ ଷ୍ଟୋରରେ ଅନେକ ଏଭଳି ଆପ୍ ଅଛି ଯାହା ବ୍ୟାଟେରୀ ପାଓ୍ବାର ବଢାଇବାର ଦାବି କରିଥାନ୍ତି । ଏଥିରେ ଅଧିଂକାଶ ଆପ୍ ଟାସ୍କ କିଲରର କାମ କରନ୍ତି ଯାହାଫଳରେ ଆପଣଙ୍କୁ ଅଧିକ ରାମ୍ ମିଳିପାରିବ । ସେଥିପାଇଁ ଯେତେବେଳେ ଆପଣ ଏହି ଆପକୁ ଆଉ ଥରେ ଓପନ୍ କରିବେ ତେବେ ସେହି ଆପ୍ ଗୁଡିକ ପୁଣି ଥରେ ଷ୍ଟାର୍ଟ ହେବେ ଓ ଫଳରେ ଅଧିକ ଚାର୍ଜ ସରିବ ।