ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗତ କାଲି ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି । ନୂତନ କ୍ୟାବିନେଟ୍ରେ 43 ଜଣ ନୂଆ ଚେହେରାଙ୍କୁ ବିଭିନ୍ନ ଦ୍ବାୟିତ୍ବ ପ୍ରଦାନ କରାଯାଇଛି, ଯେଉଁଥିରେ 7 ଜଣ ମହିଳା ସାଂସଦ ମଧ୍ୟ ସାମିଲ ଅଛନ୍ତି । ନାରୀ ଶକ୍ତିକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହିତ 78 ଜଣ କ୍ୟାବିନେଟ୍ ମନ୍ତ୍ରୀମଣ୍ଡଳରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା 11ରେ ପହଞ୍ଚିଛି । ଏହି ନୂତନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମହିଳା ସାଂସଦମାନଙ୍କ ଫୋଟୋ ଟ୍ବିଚରରେ ସେୟାର କରିଛନ୍ତି ।
With Minister @smritiirani and the ministers who were sworn in today.
From left @DarshanaJardosh @PratimaBhoumik @ShobhaBJP @bharati_mp @M_Lekhi @AnupriyaSPatel @Annapurna4BJPGrateful to National President @JPNadda for graciously joining us. pic.twitter.com/ghoW6t7sTX
— Nirmala Sitharaman (@nsitharaman) July 7, 2021
ଏହି 7 ନୂତନ ମହିଳା ସାଂସଦଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା ଦେବୀଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ନୂଆ ଚେହେରା ଅଟନ୍ତି । ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ଦର୍ଶନା ଜରଦୋଶ, ମିନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ପ୍ରତିମା ଭୌମିକ, ଭାରତୀ ପାୱାର ଅଟନ୍ତି । ଏ ସମସ୍ତଙ୍କୁ ମୋଦୀ ରାଷ୍ଟ୍ରମନ୍ତ୍ରୀ ଭାବେ ଦ୍ବାୟିତ୍ବ ପ୍ରଦାନ କରିଛନ୍ତି ।
ଏହାବାଦ୍ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ରାଜ୍ୟ ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଓ ରେଣୁକା ସିଂହ ସରୂତା ପୂର୍ବରୁ ମନ୍ତ୍ରୀ ପରିଷଦରେ ସାମିଲ ଥିଲେ ।