ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ସବୁଠି ଶୁଣିବାକୁ ମିଳୁଥିଲା ଖେଲା ହୋବେ ନାରା । ତେବେ ସେହି ନାରାକୁ ଆଜି ଦିବସରେ ପରିଣତ କରିଛନ୍ତି ବହୁମତ ହାସଲ କରି ନିର୍ବାଚନ ଜିତି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ସାଜିଥିବା ମମତା ବାନାର୍ଜୀ । ଆଜି ବିଧାନ ସଭା ବୈଠକରେ ବିଜେପି ସରକାରଙ୍କୁ ଟାର୍ଗେଟ୍ କରି ଏହି ଦିବସ ବିଷୟରେ ଘୋଷଣା କରିଥିଲେ ମମତା ବାନାର୍ଜୀ ।
ସେ କହିଛନ୍ତି ଯେ, ନିର୍ବାଚନ ସମୟରେ ଲୋକମାନେ ଖେଲା ହୋବେ ନାରାକୁ ବେଶ୍ ପସନ୍ଦ କରିଥିଲେ । ସେଥିପାଇଁ ରାଜ୍ୟରେ ଏବେ ଖେଲା ହୋବେ ଦିବସ ପାଳନ କରାଯିବ । ତେବେ ସେ ବିଜେପି ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଯଦି ନିର୍ବାଚନ ଆୟୋଗ ବିଜେପିକୁ ସାହାଯ୍ୟ କରି ନ ଥାନ୍ତା ତେବେ ସେମାନେ 30 ଟି ଆସନ ମଧ୍ୟ ଜିତି ପାରି ନଥାନ୍ତେ ।