ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗରେ ନିଆଁ ଲାଗିଯାଇଛି । ଏଚଓଡିଙ୍କ ବିଭାଗରେ ନିଆଁ ଲାଗିଯାଇଥିବା ଜଣାପଡିଛି । କିନ୍ତୁ କେଉଁ କାରଣରୁ ଏହି ନିଆଁ ଲାଗିଛି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । ତେବେ ସେଠାରେ ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଉଛନ୍ତି । ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ସବୁ କିଛି ଜରୁରୀ କାଗଜ ପତ୍ର ସୁରକ୍ଷିତ ଅଛି । କାହାର କୌଣସି ପ୍ରକାର କ୍ଷତି ହୋଇନାହିଁ ।