ସନଷ୍ଟାର ଟିଭି ବ୍ୟୁରୋ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏବେ ଡ୍ରଗ୍ସ ଓ ବନ୍ଧୁକ ବେପାରୀଙ୍କ ନୂଆ ଆଡ୍ଡା ସ୍ଥଳୀ ପାଲଟିଛି । ଗତକାଲି ଜଗତସିଂହପୁରର ନୂଆଗାଁ ଅଞ୍ଚଳରେ ଦେଶୀ ବନ୍ଧୁକ ବିକ୍ରି ନେଇ ଡିଲ୍ ହେଉଥିବା ବେଳେ STF ଚଢାଉ କରି ଜଣଙ୍କୁ ଗିରଫ କରିଛି । ଏଥିସହିତ 5 ଦେଶୀ ବନ୍ଧୁକ ଜବତ କରିବା ସହ 6ଟି ଗୁଳି ଜବତ କରିଛି ।
ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଜଣଙ୍କ ନାଁ ଧନଞ୍ଜୟ ସାହୁ ଅଟେ । ପୂର୍ବରୁ ଏସଟିଏଫର ଏକ ମାମଲାରେ ସମ୍ପୃକ୍ତ ଥିଲା ଧନଞ୍ଜୟ ସାହୁ । ତେବେ ବହୁ ଦିନ ଧରି ଫେରାର ଥିଲା ଅଭିଯୁକ୍ତ ।
2020ରୁ ବର୍ତ୍ତମାନ ସୁଦ୍ଧା 37 ଟି ବନ୍ଧୁକ ସହ 76 ଗୁଳି ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ । ଖୁବଶୀଘ୍ର ଏହି କାରବାରର ମୁଖ୍ୟ ଅଭିଯୁକ୍ତ ଧରା ପଡ଼ିବ ବୋଲି କହିଛି ପୋଲିସ ।
STF arrested one criminal from naugaon area of Jspur, seized 5 country made illegal arms and 6 ammunitions. He was wanted in many cases including one of STF.
Since 2020, STF in a special drive, has seized more than 37 illegal arms and 76 ammunition. @odisha_police@CIDOdisha pic.twitter.com/dR3JfUmwmg— STF (@OdishapoliceStf) July 5, 2021