ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ସାଥ ନିଭାନା ସାଥିଆରେ କୋକିଲା ମୋଦୀ ଭାବେ ଖୁବ ଜଣାଶୁଣା ଅଭିନେତ୍ରୀ ରୁପାଲ ପଟେଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହେବାର କାରଣ କିଛି ଜଣା ପଡି ନ ଥିବାବେଳେ ତାଙ୍କ ସ୍ୱାମୀ ରାଧା କୃଷ୍ଣ ଦତ୍ତ କହିଛନ୍ତି ଯେ ସେ ବର୍ତ୍ତମାନ ଭଲ ଅଛନ୍ତି।
ମିଳିଥିବା ସୂଚନା ମୁତାବକ, ରୁପାଲ ପଟେଲ କିଛି ଦିନ ପୂର୍ବରୁ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାମୀ ରାଧା କୃଷ୍ଣ ଦତ୍ତ ପ୍ରକାଶ କରି କହିଛନ୍ତି ଯେ ବର୍ତ୍ତମାନ ଚିନ୍ତା କରିବାର କୌଣସି କଥା ନାହିଁ। ନିକଟ ସୂତ୍ରରୁ ପ୍ରକାଶ ଆଶା କରାଯାଉଛି ଯେ ଆସନ୍ତା ତିନି କିମ୍ବା ଚାରି ଦିନ ମଧ୍ୟରେ ସେ ଡାକ୍ତରଖାନାରୁ ଘରକୁ ଫେରିବେ।