ସନଷ୍ଟାର ଟିଭି ବ୍ୟୁରୋ
ରାଉରକେଲା : ଆରଏସପି ଗ୍ୟାସ ଲିକ ଦୁର୍ଘଟଣାରେ ୪ ଜଣ ଘରୋଇ ସଂସ୍ଥା ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପାଇଁ ଆଜି ୫ଜଣିଆ ଟିମ ରାଉରକେଲାରେ ପହଞ୍ଚିବେ । ଆଜିଠୁ ଏନଜିଟିର ନିର୍ଦ୍ଦେଶରେ ଏହି ୫ଜଣିଆ ଦଳର ତଦନ୍ତ ଆରମ୍ଭ ହେବ । ଏହି ଟିମରେ କେନ୍ଦ୍ର ପ୍ରଦୂଷଣ ବିଭାଗର ଅଧିକାରୀ, ମିନିଷ୍ଟ୍ରି ଅଫ ଫରେଷ୍ଟ ଆଣ୍ଡ ଏନଭରମେଣ୍ଟର ଅଧିକାରୀଙ୍କ ସହ ଦୁଇଜଣ ଇଣ୍ଡଷ୍ଟ୍ରି ଏକ୍ସପର୍ଟ ଉପସ୍ଥିତ ରହିବେ। ତାଙ୍କ ସହ ରାଉରକେଲା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀ ମଧ୍ୟ ଅଛନ୍ତି। ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶକ୍ରମେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ । ଜାନୁଆରୀ ୬ ତାରିଖରେ ଷ୍ଟିଲ ପ୍ଲାଣ୍ଟରେ ଘଟିଥିଲା ଏହି ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୪ଜଣ ଲୋକଙ୍କ ଜୀବନ ଯାଇଥିଲା।