ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଗାୟକ ତଥା ବିଗ୍ ବସ୍ 14 ର ପ୍ରତିଯୋଗୀ ରାହୁଲ ବିଦ୍ୟା ଏବଂ ଟେଲିଭିଜନ ଅଭିନେତ୍ରୀ ଦିଶା ପରମାର ଜୁଲାଇ 16 ରେ ସାତଜନ୍ମର ସାଥୀ ହେବାକୁ ଯାଉଛନ୍ତି। ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛନ୍ତି। ଏକ ନିକଟ ସାକ୍ଷାତକାରରେ, ସେମାନେ ସେମାନଙ୍କର ବିବାହର ବିବରଣୀ ବାଣ୍ଟିଥିଲେ ।
ଗତ ବର୍ଷ ନଭେମ୍ବରରେ ରାହୁଲ ବିଗ୍ ବସ୍ 14 ଘର ଭିତରେ ଥିବାବେଳେ ଦିଶାଙ୍କୁ ବିବାହ କରିବାକୁ ଚାହୁଁଥିବା କଥା ତାଙ୍କ ସହ ବିଗ୍ ବସ୍ ଘରେ ରହୁଥିବା ସଦସ୍ୟଙ୍କୁ ଜଣାଇଥିଲେ। ଭାଲେଣ୍ଟାଇନ୍ସ ଡେ ଏପିସୋଡ୍ ପାଇଁ ଦିଶା ଏକ ବିଶେଷ ଅତିଥି ଭାବରେ ବିଗ୍ ବସ୍ 14 ରେ ଆସିବା ପରେ ସେ ସର୍ବସାଧାରଣରେ ତାଙ୍କ ପ୍ରସ୍ତାବକୁ ଗ୍ରହଣ ମଧ୍ୟ କରିଥିଲେ ।
ଏକସାକ୍ଷାତକାରରେ ରାହୁଲ କହିଛନ୍ତି, ଦିଶା ଏବଂ ମୁଁ ସବୁବେଳେ ଏକ ଘନିଷ୍ଠ ବନ୍ଧୁ ରହିଆସିଛୁ ଏବଂ ଆମେ ପରସ୍ପରକୁ ବିବାହ କରିବାକୁ ଚାହୁଁଛୁ। ଆମର ପ୍ରିୟଜନମାନେ ଆମର ଏହି ବଡ ଦିନରେ ଯୋଗ ଦିଅନ୍ତୁ ଏବଂ ଆମକୁ ଆଶୀର୍ବାଦ କରନ୍ତୁ। ବୈଦିକ ରୀତିନୀତି ଅନୁଯାୟୀ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁଯାଉଛି।