ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଟୋକିଓ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପାରା ସଟଲର ପ୍ରମୋଦ ଭଗତଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରଷ୍କାର ପାଇଁ ଓଡିଶା ସରକାର ସୁପାରିଶ କରିଛନ୍ତି। ଏହାସହ ଓଡ଼ିଶାର କ୍ରୀଡ଼ା ଏବଂ ଯୁବ ସେବା ବିଭାଗ (DSYS) ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ ମହିଳା ହକି ଦଳର ଉପ-ଅଧିନାୟକ ଦୀପ ଗ୍ରେସ ଏକ୍କାଙ୍କ ନାମ ସୁପାରିଶ କରିଛନ୍ତି।