ସନଷ୍ଟାର ଟିଭି ବ୍ୟୁରୋ
କାନପୁର: ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲାର ବଡମ୍ବା ହାଟ ଛକ ନିକଟରେ ପେଟ୍ରୋଲ ଟ୍ୟାଙ୍କରରେ ଧକ୍କା ହେବା ପରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବିଜୟ ନାୟକ(୫୦)। ସେ ବଡମ୍ବା ସୀମା ଅନ୍ତର୍ଗତ ବୃନ୍ଧାବନ ଗାଁର ଖାମର ବସ୍ତି ବାସିନ୍ଦା ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ପେଟ୍ରୋଲ ଟ୍ୟାଙ୍କର୍ ବିଜୟକୁ ଧକ୍କା ଦେଇ କଟକରୁ ବଡମ୍ବା ଅଭିମୁଖେ ଯାଉଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ କାନପୁର ପୋଲିସ ସୀମା ଅନ୍ତର୍ଗତ ରୁସିପଡା ଛକରୁ ଟ୍ୟାଙ୍କରକୁ ଜବତ କରିଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ତାର ଅଧିକ ତଦନ୍ତ ତାରି ରଖିଛି।