ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପ୍ରସ୍ତୁତି ଯୋରଦାର ଆରମ୍ଭ ହୋଇଛି। ଏକାଧିକ ରାଜ୍ୟର ବଦଳିଲେ ରାଜ୍ୟପାଳ । କେନ୍ଦ୍ରମନ୍ତ୍ରୀ ଥାବର ଚନ୍ଦ୍ର ଗେହେଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି । ସେହିପରି ହିମାଚଳ ପ୍ରଦେଶ ରାଜ୍ୟପାଳ ଥିବା ବନ୍ଦାରୁ ଦତ୍ତାତ୍ରୟଙ୍କୁ ହରିୟାଣା ରାଜ୍ୟପାଳ ଭାବେ ବଦଳି ହୋଇଛନ୍ତି ।
ମଧ୍ୟ ପ୍ରଦେଶ ରାଜ୍ୟପାଳ ହେଲେ ମଙ୍ଗୁ ଭାଇ ପଟେଲ । ଝାଡଖଣ୍ଡ ରାଜ୍ୟପାଳ ଥିବା ଦୌପଦ୍ରୀ ମୁର୍ମୁଙ୍କ ସ୍ଥାନରେ ରମେଶ ବେଶଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ମିଜୋରାମ ରାଜ୍ୟପାଳ ଭାବେ ହରିବାବୁ । ବିଶ୍ବନାଥ ଅର୍ଲେକରଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନୂଆ ନିଯୁକ୍ତି ଦେଇଛନ୍ତି । ଅନ୍ୟପଟେ ମିଜୋରାମ ରାଜ୍ୟପାଳ ଥିବା ଶ୍ରୀଧରନ ପିଲାଇଙ୍କୁ ଗୋଆର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ବଦଳି କରିଛନ୍ତି । ହରିୟାଣା ରାଜ୍ୟପାଳ ଥିବା ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନୂଆ ନିଯୁକ୍ତି ମିଳିଛି ଏବଂ ତ୍ରିପୁରା ରାଜ୍ୟପାଳ ରମେଶ ବାଇସଙ୍କୁ ଝାଡଖଣ୍ଡ ନୂଆ ରାଜ୍ୟପାଳ ରଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି।