ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହରର ପ୍ରଭାବ ଧିରେ ଧିରେ କମିବାରେ ଲାଗିଛି । ତେବେ ଆଜି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଏକ ବଡ ପରିବର୍ତ୍ତନ ଦେଖାଯାଇଛି । ଗତ 91 ଦିନ ମଧ୍ୟରେ ଆଜି କରୋନାରେ ସବୁଠୁ କମ୍ ଲୋକ ମୃତ୍ୟୁ ବରଣ କରିଛନ୍ତି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ କରୋନାରେ 553 ଜଣଙ୍କ ମୃତ୍ୟୁ ଘଟିଛି ।ଏହା ପୂର୍ବରୁ କେବଳ ଏପ୍ରିଲ ମାସ 6 ତାରିଖ ଦିନ ଏତେ କମ୍ ସଂଖ୍ୟାରେ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିଲେ । ଏପ୍ରିଲ 6 ରେ 446 ଜଣ କରୋନାରେ ପ୍ରାଣ ହରାଇ ଥିଲେ । ତେବେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 34, 703 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।