ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର : କୋଭିଡ୍-19 ଗାଇଡଲାଇନ ଅନୁଯାୟୀ A କାଟାଗୋରୀରେ ଥିବା ଜିଲ୍ଲା ଗୁଡିକରେ ବସ୍ ଚଳାଚଳ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା । ତେବେ ଗତ କାଲି ସମ୍ବଲପୁରରେ ସିଟି ବସ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସୋମବାର ସନ୍ଧ୍ୟା ସୁଦ୍ଧା ୧୧ଟି ବସ୍ ପ୍ରସ୍ତୁତ ହୋଇଥିବା ବେଳେ ମଙ୍ଗଳବାରଠାରୁ ଉକ୍ତ ଗାଡ଼ିଗୁଡ଼ିକ ଗଡ଼ିବ ବୋଲି ପରିଚାଳନାକାରୀ ସଂସ୍ଥା ଉଟ୍ସେଲ୍ ପକ୍ଷରୁ କୁହାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୫ଟି ରୁଟ୍ରେ ଏହି ବସ୍ ଗଡ଼ିବାକୁ ସ୍ଥିର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଯାତ୍ରୀ ସଂଖ୍ୟାକୁ ଆଖି ଆଗରେ ରଖି ଅଧିକ ରୁଟ୍ ଖୋଲାଯିବା ସହ ଅଧିକ ଗାଡ଼ି ବାହାରିବ ବୋଲି ଉଟ୍ସେଲ୍ ପକ୍ଷରୁ ବିପିନ ଭାଟିଆ କହିଛନ୍ତି । ଏହାବାଦ୍ ସହରରେ ସିଟି ବସ୍ ଚଳାଚଳ ପାଇଁ ରହିଥିବା ସମସ୍ୟା ଗୁଡ଼ିକର ମଧ୍ୟ ସମାଧାନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଆଜିଠୁ ୫ଟି ରୁଟ୍ରେ ସିଟି ବସ୍ ଚଳାଚଳ କରିବ । ଲଇଡା, ଚିପିଲିମା, ହୀରାକୁଦ, ଝାରସୁଗୁଡ଼ା ଓ ବରଗଡ଼କୁ ଏହି ପର୍ଯ୍ୟାୟରେ ୧୧ଟି ସିଟି ବସ୍ ଗଡ଼ିବା ନେଇ ଯୋଜନା କରାଯାଇଛି । ଯଦି ଗାଡ଼ି ଠିକ୍ରେ ଚାଲେ ତେବେ ଦ୍ୱିତୀୟ ପର୍ଯ୍ୟାୟରେ କୁଚିଣ୍ଡା, ପଡ଼ିଆବାହାଲ ଓ ସହର ମଧ୍ୟରେ ଚାଲିଥିବା ଫିଡର ବସ୍ ସେବା ମଧ୍ୟ ଆରମ୍ଭ ହେବ ବୋଲି ଉଟ୍ସେଲ୍ ପକ୍ଷରୁ କୁହାଯାଇଛି ।