ସନଷ୍ଟାର ଟିଭି ବ୍ୟୁରୋ
ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ପାନମଧୁରୀ ଦେଖିବାକୁ ମିଳିଥାଏ। ହେଲେ ଏହାର ଉପକାରୀତା ଖୁବ କମ ଲୋଙ୍କ ମାନଙ୍କୁ ଜଣା। ପାନମଧୁରୀ ଉଭୟ କେଶ ଏବଂ ଚର୍ମ ପାଇଁ ବହୁଲାଭପ୍ରଦ ଅଟେ। ପ୍ରତିଦିନ ପାନମଧୁରୀ ପାଣିରେ ନିଜ ମୁହଁକୁ ପୋଛିଲେ ମୁହଁରୁ ମଇଳା ଏବଂ ଦାଗ ଦୂର ହୋଇଥାଏ । ଏଥିରେ ଔଷଧିୟ ଗୁଣ ଥିବାରୁ ଏହା ବ୍ରଣକୁ ରୋକିବାରେ ସାହାର୍ଯ୍ୟ କରିଥାଏ । ପାନମଧୁରୀରେ ଭରପୁର ଭାବରେ ଭିଟାମିନ ଏବଂ ପୋଷକତତ୍ତ୍ବ ରହିଥିବାରୁ ଏହା କେଶ ଏବଂ ଚର୍ମ ପାଇଁ ଉପଯୁକ୍ତ ଅଟେ।
ଏଥିରେ ଥିବା ପ୍ରାକୃତିକ ଆଣ୍ଟିଅକ୍ସିଡେଣ୍ଟି ଉପାଦାନ ଚର୍ମ ବୃଦ୍ଧି ରୋକିବାରେ ସାହାର୍ଯ୍ୟ କରିଥାଏ। ଆଖିରେ ଜ୍ବଳନ ଅନୁଭବ ହେଉଥିଲେ ପାନମଧୁରୀକୁ ବାଟି ଏକ ପେଷ୍ଟ ତିଆରି କରିଲଗାଇ କିଛି ସମୟ ପରେ ତାକୁ ପାଣିରେ ସଫା କରିବା ଦ୍ବାରା ଆଖିକୁ ଆରାମ ପହଞ୍ଚିଥାଏ। ପାନମଧୁରୀକୁ ପାଣିରେ ଫୁଟାଇ ସେହି ପାଣିକୁ ଥଣ୍ଡା କରି ନିଜ କେଶରେ ଲଗାଇଲେ ଏଥିରେ କେଶ ଚିକ୍କଣ ଦେଖାଯାଇଥାଏ। ଯେହେତୁ ଏଥିରେ ଲୌହ ଅଂଶ ପରିପୂର୍ଣ୍ଣ ହୋଇରହିଥାଏ ତେଣୁ ଏହାକୁ ଓଠରେ ଲକଗାଇବା ଦ୍ବାରା ପ୍ରାକୃତିକ ଗୋଲାପି ରଙ୍ଗପ୍ରାପ୍ତ ହୋଇଥାଏ। ଏହାସହ ନିୟମିତ ପାନମଧୁରୀ ପାଣି ପିଇବା ଦ୍ବାରା ଓଜନ ମଧ୍ୟ ହ୍ରାସ ପାଇଥାଏ ।