ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କୋଭିଡ଼ ସେଣ୍ଟର ବନ୍ଦ ହେବ । ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ କୋଭିଡ଼ ସଂକ୍ରମଣ ହ୍ରାସ ପାଉଥିବାରୁ ସେଣ୍ଟରଗୁଡିକ ବନ୍ଦ କରାଯିବ ।ତେବେ ଏହି ନିଷ୍ପତି ଟେକ୍ନିକାଲ କମିଟି ସୁପାରିସ ଆଧାରରେ ନିଆଯାଇଛି ।
ରାଜ୍ୟରେ ଏବେ କରୋନା ସଂକ୍ରମଣ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖୀ ରାଜ୍ୟରେ ଥିବା ସରକାରୀ ଏବଂ ଵେସରକାରୀ କୋଭିଡ଼ କେୟାର ସେଣ୍ଟର ବନ୍ଦ କରାଯିବ । ଯଦି କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବେ, ତେବେ ଆକ୍ରାନ୍ତ ଡିସ୍ଚାର୍ଜ ହେବା ପର୍ଯ୍ୟନ୍ତ ଜାରି ରହିବ । ସେହିପରି ଡେଡିକେଟେଡ କୋଭିଡ଼ ହେଲ୍ଥ ସେଣ୍ଟର ଏବଂ ଡେଡିକେଟେଡ କୋଭିଡ଼ କେୟାର ସେଣ୍ଟର ତୄତୀୟ ଲହରକୁ ଦୄଷ୍ଟିରେ ରଖି ଖୋଲା ରହିବ । ଯଦି କୌଣସି ଆକ୍ରାନ୍ତ ଚିକିତ୍ସିତ ହେଉନଥିବେ ତେବେ ସରକାରଙ୍କ ଦ୍ବାରା ପରିଚାଳିତ ଘରୋଇ କୋଭିଡ଼ ହସ୍ପିଟାଲ ବନ୍ଦ ହେବ । ଆଗକୁ ତୃତୀୟ ଲହର ଆଶଙ୍କା ରହି ଥିବାରୁ ସେଥିପାଇଁ ହସ୍ପିଟାଲ ଗୁଡିକ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି ।