ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଭୁବନେଶ୍ୱରର ଶିଶୁଭବନ ଛକରେ ଏକ ଓଭର ବ୍ରିଜ ତଳେ ଏକ ନବଜାତ ଶିଶୁର ମୃତଦେହ ମିଳିଛି । ମୃତ ଶିଶୁକୁ ଯାତ୍ରୀମାନେ ପ୍ରଥମେ ଦେଖିଥିଲେ। ଏହାପରେ ସେମାନେ ତୁରନ୍ତ ପୋଲିସକୁ ଜଣାଇଥିଲେ। ସୂଚନାପାଇ ସରକାରୀ ରେଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ରାଜଧାନୀ ଡାକ୍ତରଖାନାକୁ ପଠାଇଥିଲା। ଏପରି ଅସ୍ୱାଭାବିକ ମୃତ୍ୟୁଘଟଣା ସାମ୍ମନାକୁ ଆସିବା ପରେ ଶିଶୁ କନ୍ୟାଟିର ପିତାମାତାଙ୍କୁ ଖୋଜା ଚାଲିଛି। ଏବଂ ସନ୍ଦେହ କରାଯାଉଛି ଯେ ପ୍ରସବ ପରେ କେହି ଜଣେ ଶିଶୁକୁ ରାସ୍ତାରେ ଛାଡି ଥାଇପାରନ୍ତି। ଏହାପରେ ପୋଲିସ ଏକ ମାମଲା ପଞ୍ଜିକୃତ କରି ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି ।