ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଘଣ୍ଟା ଘଣ୍ଟା ଧରି କାମ କଲେ ହାର୍ଟ ଆଟାକ୍ ହେବାର ସମ୍ଭାବନା ଅଧିକ, ଏଭଳି ଏକ ତଥ୍ୟ ପ୍ରଦାନ କରିଛି , ବିଶ୍ବ ସ୍ବାସ୍ଥ୍ୟ ସଂଗଠନ( WHO) । ରିପୋର୍ଟ ଅନୁସାରେ ଲମ୍ବା ସମୟ ଧରି କାମ କରିବା ଦ୍ବାରା ଷ୍ଟ୍ରୋକ କିମ୍ବା ହୃଦ୍ ରୋଗ ହେବାକ ସମ୍ଭାବନା ବହୁତ ଅଧିକ ରହିଛି । ଅଧିକ ସମୟ କାମ କରିବା ଯୋଗୁଁ ବିଶ୍ବରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । WHO ଓ ବିଶ୍ବ ଶ୍ରମିକ ସଂଗଠନ (ILO)ର ଏକ ଗବେଷଣା ଅନୁଯାୟୀ, 2016 ରେ ଅଧିକ ସମୟ ଧରି କାମ କରୁଥିବା ପ୍ରାୟ 7,45,000 ଲୋକଙ୍କ ଷ୍ଟ୍ରୋକ୍ ଓ ହୃଦ୍ ରୋଗରେ ମୃତ୍ୟୁ ହୋଇଛି । 2016 ତୁଳନାରେ ବର୍ତ୍ତମାନ ଏହି ସଂଖ୍ୟାରେ 29 ପ୍ରତିଶତ ବୃଦ୍ଧି ଘଟିଛି । ଏହି ରିପୋର୍ଟକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗତ ମାସରେ ଜାରି କରିଛି ।
କରୋନା ମହାମାରୀ ଯୋଗୁଁ ଅଧିକାଂଶ ଲୋକଙ୍କୁ ଘରେ ବଶି କାମ କରିବାକୁ ପଡୁଛି ।ଯାହା ଫଳରେ ଲୋକଙ୍କୁ ଅଧିକ ସମୟ କାମ କରିବାକୁ ପଡୁଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ବିଶ୍ବ ଶ୍ରମିକ ସଂଗଠନ ରିପୋର୍ଟ ଅନୁଯାୟୀ, ଏହି କାମର ଚାପ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଉପରେ ଅଧିକ ପଡୁଛି ।
ରିପୋର୍ଟ ଅନୁସାରେ, 45ରୁ 72 ବର୍ଷୀୟ ଲୋକ ଯଦି ସପ୍ତାହକୁ 55 ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରନ୍ତି ତେବେ ସେମାନଙ୍କ 72 ପ୍ରତିଶତ ମୃତ୍ୟୁ ହେବାର ସମ୍ଭାବନା ରହିଛି ।