ସନଷ୍ଟାର ଟିଭି ବ୍ୟୁରୋ
ଗ୍ୟାଙ୍ଗଟକ: କରୋନାକୁ ମାତ ଦେବାପାଇଁ ସମଗ୍ର ଦେଶରେ ଜାରି ରହିଛି ଟିକାକରଣ ଅଭିଯାନ। ଦେଶରେ ଜୋରସୋର ଚାଲିଛି ଟିକାକରଣ ପ୍ରକ୍ରିୟା। ଏବେ ସୁଦ୍ଧା ଦେଶରେ ପାଖାପାଖି ପ୍ରାୟ ଲୋକେ ଦୁଇ ଡୋଜ ଲେଖାଏଁ ଟିକା ନେଇ ସାରିଛନ୍ତି। ଯେଉଁମାନେ ବାହାର ଦେଶରେ ପଢିବା ବା କୌଣସି କାରଣରେ ଯିବାକୁ ଚାହୁଁଛନ୍ତି ସେମାନେ କୋଭିଡର ଦୁଇଡୋଜ ଟିକା ନେଇଥିବା ଆବଶ୍ୟକ । ଏହାସହ ଦୁଇଡୋଜ ଟିକା ନେଇଥିବା ସମସ୍ତଙ୍କୁ ଆଜିଠୁ ସିକିମ ବୁଲିବାକୁ ଅନୁମତି ଦେଇଛନ୍ତି ସିକିମ ସରକାର।
କରୋନା ସଂକ୍ରମଣ ବଢିବା କାରଣକୁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ସିକିମକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲେ। ରାଜ୍ୟ ଗୃହ ବିଭାଗ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଯେଉଁମାନଙ୍କର ଉଭୟ ଡୋଜ୍ ଆଣ୍ଟି-କୋଭିଡ୍ ଟିକା ନେଇଥିବେ ସେମାନେ ରାଜ୍ୟକୁ ଆସିପାରିବେ। ବିଜ୍ଞପ୍ତି ଅନୁଯାୟୀ, ସେମାନେ ପୂର୍ବ ସିକିମର ରଙ୍ଗପୋ ଏବଂ ଦକ୍ଷିଣ ସିକିମର ଭାୟା ମେଲି ଦେଇ ରାଜ୍ୟକୁ ପ୍ରବେଶ କରିପାରିବେ। କିନ୍ତୁ ସେମାନଙ୍କୁ ସୀମାରେ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ଜାରିକରାଯାଇଛି।
ସିକିମ ଅର୍ଥନୀତିର ଏହାର ପର୍ଯ୍ୟଟନ ଏବଂ ଶିଳ୍ପ ଉପରେ ର୍ନିଭର । ଏଥିଲାଗି ଏହାକୁ ପୁଃନ ଖୋଲାଯିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ଅନେକ ବ୍ୟବସାୟୀ ସ୍ୱାଗତ କରିଛନ୍ତି। ଏହାବାଦ ଆଜିଠାରୁ ୫୦ ପ୍ରତିଶତ କ୍ଷମତା ସହିତ ହୋଟେଲ, ଗେଷ୍ଟ ହାଉସ୍ ଏବଂ ହୋମ୍ ଷ୍ଟ୍ରେ ଚଳାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହା ସହିତ କୋଭିଡ ପ୍ରୋଟୋକଲକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସମ୍ପୂର୍ଣ୍ଣ କ୍ଷମତା ସହ ସପିଙ୍ଗ ମଲ, ସୋରୁମ ଏବଂ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି।