ସନଷ୍ଟାର ଟିଭି ବ୍ୟୁରୋ
ପାଟନା: ବିହାରରେ ଅନଲକ-୩ ପ୍ରକ୍ରିୟା ଜୁଲାଇ ୬ ତାରିଖରେ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ସ୍ଥିତିକୁ ଭଲ ଭାବେରେ ସମୀକ୍ଷା କରିବା ପରେ ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ସାମାନ୍ୟ ରୂପରେ ଖୋଲିବାକୁ ନିର୍ଣ୍ଣୟ ନେଇଛନ୍ତି। ଏଥିସହିତ ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ, ସରକାରୀ ପ୍ରଶିକ୍ଷଣ ସଂସ୍ଥା, ଏକାଦଶ ଓ ଦ୍ୱାଦଶ ପର୍ଯ୍ୟନ୍ତ ବିଦ୍ୟାଳୟ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଖୋଲାଯିବ । ଶିକ୍ଷାନୁଷ୍ଠାନର ଶିକ୍ଷକ, କର୍ମୀ ଓ ୧୮ ବର୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଥମେ ଟିକାକରଣ ବ୍ୟବସ୍ଥା କରାଯିବ। ସେହିପରି ରେଷ୍ଟୁରାଣ୍ଟ ଓ ଖାଦ୍ୟପେୟ ଦୋକାନରେ ୫୦ ପ୍ରତିଶତ ଲୋକ ବସିକି ଖାଇପାରିବେ। ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବିହାରରେ ଦିନକୁଦିନ ସଂକ୍ରମଣହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୦୯ଟି ନୂଆ ମାମଲା ସାମ୍ନାକୁ ଆସିଛି। କମସଂକ୍ରମଣହାରକୁ ଦୃଷ୍ଟିରେ ରଖି ନୀତିଶ କୁମାର ଏଭଳି ନିଷ୍ପତ୍ତି ନେଇଛନ୍ତି।