ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ସାଂସଦ ଅଭିଜିତ ମୁଖାର୍ଜୀ କଂଗ୍ରେସ ଛାଡ଼ି ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି। ଟିଏମସିର ମୁଖ୍ୟ ନେତାଙ୍କ ସହିତ ଗତ କିଛିଦିନ ହେବ ସେ ସମ୍ପର୍କରେ ଥିଲେ।
ନିକଟରେ ଅଭିଜିତ ମୁଖାର୍ଜୀ କୋଲକାତାରେ ହୋଇଥିବା ନକଲି ଟିକାକରଣ ଘଟଣାରେ ମମତାଙ୍କ ସପକ୍ଷରେ ନିଜ ମତ ରଖିଥଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ। ଏନେଇ ଶ୍ରୀ ମୁଖାର୍ଜୀ ଟୁଇଟ କରି ଲେଖିଛନ୍ତି ଯେ, ଯଦି ଏହି ନକଲି ଟିକାକରଣକୁ ନେଇ ମମତା ବାନାର୍ଜୀଙ୍କୁ ଦୋଷୀ ଘୋଷଣା କରାଯାଉଛି ତେବେ ନିରବ ମୋଦୀ, ବିଜୟ ମାଲ୍ୟା ଓ ମେହୁଲ ଚୋକସିଙ୍କ ଦ୍ୱାରା ହୋଇଥିବା ଘୋଟାଲ ପାଇଁ ମୋଦୀଙ୍କୁ ଦୋଷୀ ବିବେଚନା କରାଯିବ କି । ତେଣୁ ନକଲି ଟିକାକରଣ ଘଟଣାରେ ମମତା ବାନାର୍ଜୀଙ୍କର କୌଣସି ଦୋଷ ନାହିଁ ଏବଂ ତାଙ୍କୁ ଦୋଷୀ କହିବା ଭୁଲ ଅଟେ। ଅଭିଜିତଙ୍କ ଏହି ବୟାନକୁ ପଶ୍ଚିମବଙ୍ଗ କଂଗ୍ରେସ ବିରୋଧ କରୁଥିଲେ। ଏହାପରେ ଏହି ବିଷୟକୁ କେନ୍ଦ୍ରକରି ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଫଳରେ ଅଭିଜିତ କଂଗ୍ରେସ ଛାଡି ଟିଏମସିରେ ସାମିଲ ହେବାକୁ ନେଇ ନିଷ୍ପତ୍ତି ନେଇଛନ୍ତି।