ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମାଟ୍ରିକ୍ ମୂଲ୍ୟାଙ୍କନରେ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀ ଅଫଲାଇନରେ ପରୀକ୍ଷା ଦେବାକୁ ଇଚ୍ଛୁକ ଥିଲେ ଆଜିଠୁ ଅନଲାଇନରେ କରିପାରିବେ ଆବେଦନ । ଆଜିଠୁ ୧୪ ତାରିଖ ଯାଏ ଏହି ଫର୍ମ ଫିଲ୍ ଅପ୍ ପ୍ରକ୍ରୀୟା ଜାରି ରହିବ । ତେବେ ବିନା ଦେୟରେ ଛାତ୍ରଛାତ୍ରୀମାନେ ଫର୍ମ ଫିଲ୍ ଅପ୍ କରିପାରିବେ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ଟ୍ରିକ ପରୀକ୍ଷାଫଳ ନେଇ ଅସନ୍ତୁଷ୍ଟ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ । ଏଥିପାଇଁ ଆଜି ଠାରୁ ଫର୍ମ ଫିଲ୍ ଅଫ୍ ଆରମ୍ଭ ହେବ । ୧୦ ଦିନ ଭିତରେ ଫର୍ମ ଫିଲପ୍ ଶେଷ କରିବା ଲାଗି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିନା ଦେୟରେ ଚାଲିବ ଫର୍ମ ପୂରଣ ପ୍ରକ୍ରିୟା ଚାଲିବ ବୋଲି ଜଣାପଡ଼ିଛି । ଜୁଲାଇ ମାସରେ ଅଫଲାଇନରେ ମାଟ୍ରିକ ପରୀକ୍ଷା କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା । ତେବେ ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ କେନ୍ଦ୍ରରେ ବସି ପରୀକ୍ଷାର୍ଥୀ ପରୀକ୍ଷା ଦେଇପାରିବେ । ଏହାପରେ୨୦ ଦିନ ମଧ୍ୟରେ ପରୀକ୍ଷା ଫଳପ୍ରକାଶ ପାଇବ ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ନ କରାଇ ପୂର୍ବ ପ୍ରଦର୍ଶନକୁ ଆକଳନ କରି ମାଟ୍ରିକ୍ ଫଳଫଳ ବାହାର କରିଥିଲେ, ଯାହାକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ଚଳିତ ବର୍ଷ ପାସ ହାର ୯୭.୮୯ ପ୍ରତିଶତ ରହିଥିଲା ।