ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି NIPUN Bharat (ନ୍ୟାସନାଲ ଇନିସିଏଟିଭ ଫର ପ୍ରୋଫିସିଏନ୍ସି ଇନ ରିଡିଙ୍ଗ୍ ୱିଥ୍ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ନ୍ୟୁମେରାସି)ର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଆଜି ଦିନ 12ଟାରେ ଭର୍ଚୁଆଲ୍ ମାଧ୍ୟମରେ ଏହାର ଶୁଭାରମ୍ଭ କରାଯିବ ବୋଲି ଟ୍ବିଟ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍କୁଲ ଓ ଶିକ୍ଷା ବିଭାଗର ମୁଖ୍ୟ, ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖ୍ୟ ତଥା ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ।
ଏହି କାର୍ଯ୍ୟକ୍ରମରେ ‘ନିପୁଣ ଭାରତ’ ସମ୍ପର୍କିତ ଏକ କ୍ଷୁଦ୍ର ଭିଡିଓ, ସଙ୍ଗୀତ ଏବଂ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହେବ । ଏହି କାର୍ଯ୍ୟକ୍ରମ 2020 ଜୁଲାଇ 29ରେ ଆରମ୍ଭ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ଏହା ଆଉ ଏକ ନୂଆ ଯୋଜନା । NIPUN Bharatର ଉଦ୍ଦେଶ୍ୟ ହେଉଛି ମୂଳ ସାକ୍ଷରତା ଏବଂ ସାଂଖ୍ୟିକତାର ସର୍ବଭାରତୀୟ ଅଧିଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଏକ ପରିବେଶ ସୃଷ୍ଟି କରିବା । ପ୍ରତ୍ୟେକ ପିଲାଙ୍କୁ 2026-27 ସୁଦ୍ଧା ତୃତୀୟ ଶ୍ରେଣୀରୁ ଲେଖିବା ପଢିବାରେ ଦକ୍ଷ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ । ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ବାରା ନିପୁଣ ଭାରତ କାର୍ଯ୍ୟକାରୀ ହେବ । ଏବଂ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ-ରାଜ୍ୟ-ଜିଲ୍ଲା-ବ୍ଲକ-ବିଦ୍ୟାଳୟ ସ୍ତରରେ ଏକ ପାଞ୍ଚ ସ୍ତରୀୟ କାର୍ଯ୍ୟକାରିତା ପ୍ରଣାଳୀ ପ୍ରତିଷ୍ଠା କରାଯିବ । ସମଗ୍ର ଶିକ୍ଷା ଯୋଜନା ଅଧିନରେ ଏହା କାର୍ଯ୍ୟକାରୀ ହେବ ।
&
Launching National Initiative for Proficiency in Reading with Understanding and Numeracy (NIPUN Bharat) on 5th July, 2021.
Time: 12.00 PM#NEP2020. #NIPUNBharat pic.twitter.com/ICRDjM2bRg— Dr. Ramesh Pokhriyal Nishank (@DrRPNishank) July 4, 2021
;