ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଉପର ମୁହାଁ ଥିଲେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2803 କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 1597 ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ 1206ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 24 ହଜାର 699ରେ ପହଞ୍ଚିଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ମଧ୍ୟ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ 475ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ 441, ଅନୁଗୁଳରୁ 97, ବାଲେଶ୍ବରରୁ 155, ବରଗଡ଼ରୁ 17, ଭଦ୍ରକରୁ 131, ବଲାଙ୍ଗୀରରୁ 3, ବୌଦ୍ଧରୁ 21, ଦେଓଗଡ଼ରୁ 9, ଢେଙ୍କାନାଳରୁ 67, ଗଜପତିରୁ 10, ଗଞ୍ଜାମରୁ 20, ଜଗତସିଂହପୁରରୁ 117, ଯାଜପୁରରୁ 153, ଝାରସୁଗୁଡ଼ାରୁ 7, କଳାହାଣ୍ଡିରୁ 15, କନ୍ଧମାଳରୁ 20, କେନ୍ଦ୍ରାପଡ଼ାରୁ 119, କେନ୍ଦୁଝରରୁ 64, କୋରାପୁଟରୁ 65, ମାଲକାନାଗିରିରୁ 55, ମୟୂରଭଞ୍ଜରୁ 193, ନବରଙ୍ଗପୁରରୁ 15, ନୟାଗଡ଼ରୁ 115, ନୂଆପଡ଼ାରୁ 8, ପୁରୀରୁ 154, ରାୟଗଡ଼ାରୁ 54, ସମ୍ବଲପୁରରୁ 32, ସୋନପୁରରୁ 18, ସୁନ୍ଦରଗଡ଼ରୁ 62, ଷ୍ଟେଟ ପୁଲ୍ରୁ 91 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।