ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ପ୍ରଭାବ କମ ହେବା ସହିତ କିଛି କିଛି ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନେକ ରାଜ୍ୟ କଟକଣାକୁ ଧୀରେ ଧୀରେ କୋହଳ ମଧ୍ୟ କରୁଛି। ଦିଲ୍ଲୀ, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ସମେତ ଜମ୍ମୁ କଶ୍ମୀରରେ କରୋନା ଲକଡାଉନକୁ କୋହଳ କରିଦିଆଯାଇଛି ।
କୋଭିଡ ଗାଇଡଲାଇନ ସହିତ ଉତ୍ତର ପ୍ରଦେଶରେ ଆଜିଠାରୁ ମଲ୍ଟିପ୍ଲେକ୍ସ ସିନେମା ହଲ, ଜିମ୍ ଏବଂ ଷ୍ଟାଡିୟମ ଖୋଲିବ। ଏଥିଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ ନୂଆ ଗାଇଡଲାଇନ ଜାରି କରିଛନ୍ତି । ପ୍ରମୁଖ ସଚିବ (ଗୃହ) ଅବନୀଶ କୁମାର ଅବସ୍ତି କହିଛନ୍ତି ରାଜ୍ୟରେ କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ସ୍ଥାନରେ କୋଭିଡ କଟକଣା ସହ ସିନେମା ହଲ, ଜିମ ଏବଂ କ୍ରୀଡ଼ା ପରିସର ଖୋଲିବ।
ଲୋକଙ୍କ ସୁବିଧା ଅନୁସାରେ ଦିଲ୍ଲୀ ସରକାର ମଧ୍ୟ ଷ୍ଟାଡିୟମ ଏବଂ କ୍ରୀଡ଼ା ପରିସର ଖୋଲିବାକୁ ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି। କିନ୍ତୁ କ୍ରୀଡ଼ା ପରିସରେ କୌଣସି ଦର୍ଶକ ରହିପାରିବେ ନାହିଁ। ଡିଡିଏମଏ ପକ୍ଷରୁ ରବିବାର ଜାରି ହୋଇଥିବା ଆଦେଶ ଅନୁସାରେ ଷ୍ଟାଡିୟମ ଏବଂ ଖେଳ ପରିସରରେ କୋଭିଡ ନିୟମ ପାଳନ କରାଯିବ।