ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍ । ରାଜ୍ୟରେ କରୋନା ସ୍ଥିତି ଓ ସ୍ବାସ୍ଥ୍ୟସେବାର ସମୀକ୍ଷା କରିବ ଏହି ଟିମ୍। ପୂର୍ବରୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଏ.ଡାନଙ୍କ ନେତୃତ୍ବରେ କେନ୍ଦ୍ରୀୟ ଟିମ ଓଡ଼ିଶା ଆସିଥାନ୍ତା । ତେବେ ଅସୁସ୍ଥତା କାରଣରୁ ଶିବାନୀ ଦତ୍ତ ତାଙ୍କ ସ୍ଥାନରେ ଓଡ଼ିଶାରେ ସମୀକ୍ଷା କରିବେ। ରାଜ୍ୟରେ ଟିକାକରଣ କେତେ ଆଗେଇଛି ତାର ପୂରା ତଥ୍ୟ ସଂଗ୍ରହ କରିବା ସହ ଓଡ଼ିଶାରେ ହସ୍ପିଟାଲ ବେଡ, ଭେଣ୍ଟିଲେଟର ଓ ଅକ୍ସିଜେନର ବ୍ୟବସ୍ଥାର ଅନୁଧ୍ୟାନ କରିବ । ଏହି ଟିମ ଓଡ଼ିଶାର ୬ଟି ଜିଲ୍ଲାରେ କ୍ଷେତ୍ର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଅଧିକ ସଂକ୍ରମଣ ହାର ଥିବା 6ଟି ଜିଲ୍ଲାରେ ଏହି ଟିମ୍ ପରିଦର୍ଶନ କରିବ। ଜିଲ୍ଲା ପରିଦର୍ଶନ ସହ ସ୍ଥାନୀୟ ଅଧିକାରୀ, ମେଡିକାଲ କର୍ତ୍ତୃପକ୍ଷ ଓ ରୋଗୀଙ୍କ ସହ ଆଲୋଚନା କରି ବୁଝିବେ । ଓଡ଼ିଶା ସମେତ ୬ଟି ଅଧିକ ସଂକ୍ରମଣ ଥିବା ରାଜ୍ୟକୁ କେନ୍ଦ୍ର ତା’ର ଟିମ୍ ପଠାଇଛି।