ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ରାଜ୍ୟରେ ତୈଳ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ଆକାଶ ଛୁଆଁ ଦରବୃଦ୍ଧି କୁ ବିରୋଧ କରିବା ନିମନ୍ତେ ଆସନ୍ତା ମାସ୧୩ ତାରିଖରେ ରାଜ୍ୟରେ ସବୁ ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ଡାକରା ଦେଇଛି ନବ ନିର୍ମାଣ ଯୁବଛାତ୍ର ସଙ୍ଗଠନ । ଏହା ସହିତ ଆସନ୍ତା୬ ତାରିଖରୁ ସାଇକେଲ ଯୋଗେ ସଚେତନତା ରାଲି କରାଯିବ। ମେ ୪ରୁ ଜୁଲାଇ୫ତାରିଖ ଭିତରେ ପ୍ରାୟ ୩୩ଥର ତୈଳ ଦର ବୃଦ୍ଧିପାଇଥିବାର ନବ ନିର୍ମାଣ ଯୁବଛାତ୍ର ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ କରୋନା ମହାମାରୀ ତାର କାୟା ବିସ୍ତାର କରିରଖିଥିବାରୁ ରାଜ୍ୟ ସରକାର ରାଜ୍ୟରେ ଲକ ଡାଉନ୍ ଏବଂ ସଟ୍ ଡାଉନ୍ ଜାରି ରଖିଛନ୍ତି। ଏହି ସମୟରେ ବର୍ଦ୍ଧିତ ତୈଳ ଦର ଖାଉଟିଆ ମାନଙ୍କ ଜୀବନଶୈଳି ଉପରେ ବହୁତ ପ୍ରଭାବ ପକାଉଛି ।