ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାର ହ୍ରାସ ପାଉଥିଲେ ମଧ୍ୟ ଏବେବି ୧୦ଟି ଜିଲ୍ଲା ଚିନ୍ତାର କାରଣ ସାଜିଛନ୍ତି । କାରଣ ଏହି ଜିଲ୍ଲା ଗୁଡିକରେ ପଜିଟିଭିଟି ହାର ଏବେବି ଶହେ ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ହଜାର ୮୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେନଣ୍ଟାଇନ୍ ସେଣ୍ଟରରୁ ୧ ହଜାର ୬୫୨ଜଣ ବାହାରିଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧ ହଜାର ୨୧୮ ରହିଛି ।
ତେବେ ଆଜି କଟକରୁ ସର୍ବାଧିକ ୪୪୦, ଖୋର୍ଦ୍ଧାରୁ ୩୮୪, ବାଲେଶ୍ବରରୁ ୨୪୦, ଯାଜପୁରରୁ ୧୯୧, ପୁରୀରୁ ୧୬୫, ମୟୂରଭଞ୍ଜରୁ ୧୬୪, କେନ୍ଦ୍ରାପଡାରୁ ୧୫୭, ଭଦ୍ରକରୁ ୧୨୮, ଜଗତସିଂହପୁରରୁ ୧୧୨, ନୟାଗଡ଼ରୁ ୧୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୯୯, ସୁନ୍ଦରଗଡ଼ରୁ ୮୭, ଢେଙ୍କାନାଳରୁ ୮୫, କେନ୍ଦୁଝରରୁ ୬୬, କୋରାପୁଟ ଓ ଷ୍ଟେଟପୁଲରୁ ୬୦ ଜଣ ଲେଖାଏଁ , ମାଲକାନଗିରିରୁ ୫୭, ରାୟଗଡ଼ାରୁ ୫୦, କଳାହାଣ୍ଡିରୁ ୩୬, ନବରଙ୍ଗପୁରରୁ ୩୫, ବଲାଙ୍ଗୀରରୁ ୨୯, କନ୍ଧମାଳରୁ ୨୫, ସମ୍ବଲପୁରରୁ ୨୩, ବରଗଡ଼ରୁ ୧୪, ବୌଦ୍ଧରୁ ୧୩, ଗଞ୍ଜାମରୁ ୧୧, ସୋନପୁରରୁ ୧୦, ଗଜପତି ଓ ନୂଆପଡାରୁ ୭ଜଣ ଲେଖାଏଁ, ଦେବଗଡ଼ ଓ ଝାରସୁଗୁଡାରୁ ୫ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।