ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଖୁବ୍ ଶୀଘ୍ର ପୁରୀରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି, ସବୁ ଠିକଠାକ୍ ଚାଲିଲେ ଏହାର ସମ୍ଭାବନା ଅଧିକ । ସମ୍ଭାବନା ଉଜ୍ୱଳ ବୋଲି ମନ୍ତ୍ରୀ କହିଛନ୍ତି ।
ବର୍ତ୍ତମାନ କରୋନା ପାଇଁ ବିମାନ ବନ୍ଦର ଉନ୍ନତିକରଣ ପ୍ରଭାବିତ ହେଉଛି। ରାଉରକେଲା, ଉତକେଲା, ଜୟପୁର, ରଙ୍ଗେଇଲୁଣ୍ଡାରୁ ଉଡ଼ାଣ ପାଇଁ ସହଯୋଗ କରୁଛୁ। ଏହାସହ ସମସ୍ତ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରିପ ଉନ୍ନତି ପାଇଁ ଆଲୋଚନା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ତେବେ ବର୍ତ୍ତମାନ ପୁରୀରେ ବିମାନ ବନ୍ଦର ନିର୍ମାଣ ହେବା ସ୍ଥାନ ଚୟନ କାର୍ଯ୍ୟକ୍ରମ ଜାରି ରହିଛି । ଖୁବ୍ ଶୀଘ୍ର ସ୍ଥାନ ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରରୁ ଶ୍ରଦ୍ଧାଳୁମାନେ ପୁରୀ ଆସିଥାନ୍ତି । ବିଦେଶୀ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀରେ ବିମାନ ବନ୍ଦର ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।