ସନଷ୍ଟାର ଟିଭି ବ୍ୟୁରୋ

ମୁମ୍ବାଇ::କମେଡିର କିଙ୍ଗ୍ କପିଲ ଶର୍ମା। ତାଙ୍କ ଚର୍ଚ୍ଚିତ ଟକ୍ ସୋ’ ‘ଦ କପିଲ ଶର୍ମା ସୋ’ର ଏକ ନୂଆ ସିଜନ୍ ଆସନ୍ତା ଜୁଲାଇ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ହେଲେ ଏଥରେ ଏଥରକ ନୂଆ ଫର୍ମାଟ୍ ଓ ନୂଆ ଟିମ୍ ସହ ନଜର ଆସିବେ । ସେପଟେ ଏହି ସିଜନ୍ ପାଇଁ ସୋ’ର ମୁଖ୍ୟ ଆକର୍ଷଣ ସଞ୍ଚାଳକ କପିଲ ଶର୍ମା ତାଙ୍କ ପ୍ରାଇସ୍ ବଢ଼ାଇଥିବାର ଜଣାପଡ଼ିଛି । ପୂର୍ବରୁ ସେ ଏପିସୋଡ୍ ପିଛା ୩୦ ଲକ୍ଷ ଟଙ୍କା ନେଉଥିଲେ ବୋଲି ସୂଚନା ମିଳିଥିବା ବେଳେ ଏବେ ସେ ୫୦ ଲକ୍ଷ ଟଙ୍କା ନେବେ ବୋଲି ଶୁଣିବାକୁ ମିଳୁଛି। ଯଦିଓ ଏ ସଂପର୍କରେ କପିଲ ସ୍ପଷ୍ଟ ଭାବେ କିଛି ମତ ପ୍ରକାଶ କରିନାହାନ୍ତି, ତେବେ ତାଙ୍କ ଟିମ୍ର ଜଣେ ସଦସ୍ୟ ଏହି ସୂଚନା ଦେଇଛନ୍ତି । ଏହାସହ ଟିମ୍ର ଅନ୍ୟ ସଦସ୍ୟମାନଙ୍କର ପ୍ରାଇସ୍ ବି ବଢ଼ିଥିବା ଜଣାପଡ଼ିଛି ।