ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ବ୍ୟାଙ୍କ SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ଆଜି ରାତିରେ SBIର ଇ ବ୍ୟାଙ୍କିଙ୍କ୍ ସେବା ଅର୍ଥାତ୍ ଡିଜିଟାଲ ସେବା ବନ୍ଦ ରହିବ । ଗ୍ରାହକଙ୍କ ଅବଗତ ନିମନ୍ତେ ଏନେଇ ଏସବିଆଇର ଟ୍ୱିଟର ଆକାଉଣ୍ଟରେ ସୂଚନା ଜାରି କରାଯାଇଛି । ଏସବିଆଇର ସୂଚନା ଅନୁଯାୟୀ, ଶନିବାର ଦିନ ରାତି 3ଟା 25 ରୁ ସକାଳ 5. 50 ଯାଏ ଅର୍ଥାତ୍ 4 ଜୁଲାଇ 3ଟା 25 am ରୁ ସକାଳ 5. 50 am ଯାଏ ଡିଜିଟାଲ ସେବା ବନ୍ଦ ରହିବ ।
ଆଉ ମଧ୍ୟ YONO, YONO Lite, UPI ମଧ୍ୟ ବନ୍ଦ ରହିବ । ତେବେ ଏସବିଆଇ ନିଜର ଡିଜିଟାଲ ସେବାକୁ ପୂର୍ବରୁ ମଧ୍ୟ ବନ୍ଦ କରିଛି । ଏହାପୂର୍ବରୁ 20 ଜୁନ୍, 13 ଜୁନରେ 4 ଘଣ୍ଟା ପାଇଁ ସେବା ବନ୍ଦ ରଖିଥିଲା ।